Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁଲିଆ ସମାଜ ଗଙ୍ଗାଧର ମେହେର ମହିଳା ସଂଘ ଗଠନ

ବରପାଲି:ବରପାଲି ଓଡିଆ ପଡା ହନୁମାନ ମନ୍ଦିର ପରିସରରେ ଭୁଲିଆ ସମାଜ ଗଙ୍ଗାଧର ମେହେର ମହିଳା ସଂଘ ଗଠିତ ହୋଇଯାଇଛି। ବରିଷ୍ଠ ବାନ୍ଧଶିଳ୍ପୀ ସୁକାନ୍ତି ମେହେରଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ବୈଠକରେ ସମାଜର ମଙ୍ଗଳ କାର୍ଯ୍ଯଧାରା, ବ୍ଯବସ୍ଥା,ଉନ୍ନୟନ ମୂଳକ କାର୍ଯ୍ଯକ୍ରମର ଉଚିତ ବ୍ଯବସ୍ଥାପନା, ଅସହାୟ ମାନଙ୍କ ପ୍ରତି ସହାୟ ପ୍ରଦାନ ସମ୍ପର୍କିତ ତଥ୍ଯ ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା। ପରେ ସଂଘ କାର୍ଯ୍ଯକ୍ରମରେ ସହାୟକ ନିମନ୍ତେ ଏକ ପରିଚାଳନା କମିଟି ଗଠନ ଗଠିତ ହୋଇଥିଲା। ସଭାପତି ଭାବରେ ସୁକାନ୍ତି ମେହେର ଓ ସମ୍ପାଦକ ରୂପେ ପୂଷ୍ପାଜଂଳି ମେହେରଙ୍କୁ ଦାୟୀତ୍ବ ଦିଆଯାଇଥିଲା।ସେହିପରି ଉପସଭାପତି ସନ୍ତୋଷିନୀ ମେହେର,ସହ ସଂମ୍ପାଦିକା ସାବିତ୍ରି ମେହେରଙ୍କ ସମେତ କୋଷାଧ୍ଯକ୍ଷ ଭାବେ ତିନି ଜଣଙ୍କୁ ସ୍ବାଗତିକା ମେହେର,ପୁଷ୍ପାଜଂଳୀ ମେହେର ଓ ପୂର୍ଣ୍ଣିମା ମେହେର ଏବଂ ଲାଇବ୍ରେରିଆନ ଭାବରେ ମିନି ମେହେର ଓ ଦୁଲ୍ଳଭୀ ମେହେର ସାଂସ୍ର୍କୁତିକ ବିଭାଗରେ ରିନା ମେହେର,ମନ୍ଦାକିନୀ ମେହେର,ତପସ୍ବିନୀମେହେର,ରିଙ୍କି ମେହେରଙ୍କୁ ମନୋନିତ ହୋଇଥିଲେ।ସେହିପରି କାର୍ଯ୍ଯକ୍ରମ ପରିଚାଳନାରେ ସହାୟକ ପାଇଁ ବରିଷ୍ଠ ସଦସ୍ଯା ସନ୍ଥକବିର ସ୍ବର୍ଣ୍ଣଲତା ମେହେର, ଶାନ୍ତିଲତା ମେହେର, ବେଲମତି ମେହେର, ସୁଷମା ମେହେର, କମଳିନୀ ମେହେର, ସୁବାଷିନୀ ମେହେର ପ୍ରମୁଖଙ୍କୁ ନେଇ ଉପଦେଷ୍ଠା ମଣ୍ଡଳିରେ ରଖାଯାଇଥିଲା। ମହିଳା ମହାଶକ୍ତିର ଏକତା ତଥା ଏକାଗ୍ରତାକୁ ବଜାୟ ରଖିବା ସହ ସମାଜସଂଷ୍କାର ମୂଳକ ପାରମ୍ପାରିକ କାର୍ଯ୍ଯକ୍ରମକୁ ଅଗ୍ରାଧିକାର ଦେବାକୁ ସଭାରେ ସିଦ୍ଧାନ୍ତ ନିଆଯାଇଥିଲା।ପରିଶେଷରେ ପୁଷ୍ପାଜଂଳୀ ମେହେର ଧନ୍ଯବାଦ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ