ସଙ୍ଗମ ଚାରିଟେବୁଲ ଟ୍ରଷ୍ଟ ର ସାହିତ୍ୟ ଆଶର ।


ଅସ୍ତରଙ୍ଗ,,ନିମାପଡା ବ୍ଲକ ଅଧିନ ସଙ୍ଗମ ଚାରିଟେବୁଲ ଟ୍ରଷ୍ଟ ତରଫରୁ ନିମାପଡ଼ା ସ୍ଥିତ ଟାଉନ ହଲ ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏକ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇ ଯାଏ ଅଛି । ଅତିଥି ଭାବେ ଶିକ୍ଷାବିତ୍ ଶଶଧର ପଣ୍ଡା, ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀ,ସାମାଜିକ କର୍ମୀ ତ୍ରିଲୋଚନ ବରାଳ,କବି ସତ୍ୟପ୍ରକାଶ କର,ପ୍ରକାଶ ଖଟୋଇ,ବ୍ୟଙ୍ଗ କବି ସମ୍ପଦ ରଥ,ସାମ୍ବାଦିକ ଦୁଃଶାସନ ନାୟକ,ସତ୍ୟ ନାୟକ, ଲାଳିତେନ୍ଦୁ ପଲାଉରୀ,ଶିକ୍ଷାବିତ୍ ରବୀନ୍ଦ୍ର ନାଥ ପାଢ଼ୀ ଆଦି ଯୋଗ ଦାନ କରିଥିଲେ । ଅନୁଷ୍ଠାନ ର ସଭାପତି ଶ୍ରୀ ଗଙ୍ଗାଧର ଓଝା ସମାରୋହରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସର ରେ କବି ସମ୍ମିଳନୀ ଓ କବିତା ପାଠ ଉତ୍ସବ କରାଯାଏ ଥିଲା । ଏଥିରେ,ନିଆଳୀର ସସ୍ମିତା ଭୋଳ,ଅସ୍ତରଙ୍ଗ ର ଗଙ୍ଗାଧର ବେହେରା,ସୌଦାମିନୀ ଦାସ, ପ୍ରମୁଖ କବି ଓ କବୟିତ୍ରୀ ସେମାନଙ୍କର କବିତାପାଠ କରିଥିଲେ। ସାମ୍ବାଦିକ କ୍ଷେତ୍ରରେ ,ସାମ୍ବାଦିକ ସତ୍ୟ ନାୟକ, ବିଚିତ୍ରା ନନ୍ଦ ସାହୁ,ସ୍ତମ୍ବ କାର ଲଳିତ ପାଲାଉରି,ଦୁଃଶାସନ ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଜେଥିଲା । ଅନୁଷ୍ଠାନ ତରଫରୁ କୋଡ଼ିଏ ଜଣ କୁନି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା । ଆକାଶ ବାଣୀ କଟକ କେନ୍ଦ୍ର ର ଉପସ୍ଥାପିକା ବିଶ୍ୱମିତ୍ରା ମିଶ୍ର ଏହି କର୍ଯ୍ୟକ୍ରମ୍ କୁ ସଂଯୋଜନା କରିଥିଲେ ।