Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିକୁ ଲାତ ମାରି ପଦ୍ମ ପୋଖରୀଙ୍କୁ ଡେଇଁଲେ ପୁଣି ବୃନ୍ଦାବନ

ସମ୍ବଲପୁର:ପୂର୍ବତନ କୁଚିଣ୍ଡା ଓ ଲଇକେରା ବିଧାୟକ ତଥା ସମ୍ୱଲପୁର ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ବୃନ୍ଦାବନ ମାଝି ସଦ୍ୟ ବିଜେଡିରେ ପ୍ରବେଶ କରୁ କରୁ ପୁଣି ଲାତ ମାରି ବିଜେପିରେ ପ୍ରବେଶ କରିଛନ୍ତି।ଏହା ନୂଆଁ ସଂକେତ ଦେଉଛି।
ବୃନ୍ଦାବନଙ୍କ ସହିତ ପୂର୍ବତନ ବିଜୁ ଜନତା ଦଳର ଜମନକିରା ବ୍ଲକ ଉପସଭାପତି ପ୍ରମୋଦ କୁମାର ନାୟକ, ଜମନକିରା ବ୍ଲକର ମୁଣ୍ଢେନପାଲିର ପ୍ରମୋଦ ମିର୍ଦ୍ଧା ,ଜଗନ୍ନାଥ ମିର୍ଦ୍ଧା ,ହୃଦାନନ୍ଦ ଜାଲ ଙ୍କ ସହିତ ଅନେକ ଆଜି ବିଜେପି ଜିଲ୍ଳା କାର୍ଯ୍ୟାଳୟର ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି।ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଲ ଖଟେଇ ।ଜିଲ୍ଳା ସଭାପତି ଗିରିଶ ପଟେଲ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ଓ ସୁଶିଲ କର ଏହି ସମୟରେ ଉପସ୍ଥିତ ଥିବା ନେଇ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ