Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସର୍ବସ୍ଵ ହରାଇ କାନ୍ତା ନାଏକ ବୟସ ୭୨ ବର୍ଷ ରାସ୍ତା ଉପରେ ଶତାୟୁ କୋଶଲ୍ଯା ନାଏକ ଙ୍କ ଦୁଃଖ ବୁଝିବ କିଏ ?

କଳାହାଣ୍ଡି, ୧୨/୦୫ (ଜଗନ୍ନାଥ ନାଏକ) :
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଗୋପବନ୍ଧୁ ପଡା ୱାର୍ଡ ନଂ ୧୮ ଠାରେ ନିଜ ପୈତୃକ ଜମି ଉପରେ ନିଜର ଚାକିରି ପଇସା ଲଗେଇ ପକ୍କା ଘର ଟିଏ ନିର୍ମାଣ କରି ରହି ଆସୁଥିଲେ । କାନ୍ତା ନାଏକ ଓ ତାଙ୍କ ମାଁ କୌଶଲ୍ଯା ନାଏକ ତାଙ୍କ ସାଙ୍ଗରେ ନିଜ ସାନ ଭାଇ ଏସ୍.ଗଜରାଜ ନାଏକ କୁ ରଖି ପାଠ ପଢାଇ ଓକିଲାତି କରିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିଥିଲେ କାନ୍ତା ପରେ ତାକୁ ବିବାହ ମଧ୍ୟ କରାଇଥିଲେ। କାନ୍ତା ନିଜେ ସରକାରୀ ଚାକିରି କରୁଥିବା ବେଳେ ପରିବାର ପାଇଁ ବିବାହ ନକରି ନିଜକୁ ଉତ୍ସର୍ଗ କରିଥିଲେ। ତାଙ୍କ ବାପା ସରକାରୀ ଚାକିରି କରୁଥିବା ବେଳେ ତାଙ୍କ ମୃତ୍ୟୁ ପରେ ଦୁଇଭାଇ ଦେବରାଜ ନାଏକ ଓ ଗଜରାଜ ନାଏକ ମାଁ କୌଶଲ୍ଯା ପାଉଥିବା ପେନସନ ଭାଗ କରି ନେଇଥିବା ବେଳେ କାନ୍ତା ହିଁ ତାଙ୍କ ର ଅର୍ଜିତ ପଇସା ରେ ନିଜେ ଓ ନିଜ ମାଁ ର ଭରଣପୋଷଣର କରି ଆସୁଛନ୍ତି। ମାତ୍ର ବିଡମ୍ବନା ବିବାହ ପରେ ଏସ୍.ଗଜରାଜ ସେହି ଘରୁ ତାଙ୍କୁ ଝଗଡ଼ା କରିବା ସହ ବାହାର କରି ଦେଲା ଜାହା ଫଳରେ ମାଁ ଓ ଝିଅ ପାଖରେ ଏକ ଘର ତିଆରି କରି ରହିବାକୁ ଲାଗିଲେ। ହେଲେ ସେହି ଘର ମଜବୁତ୍ ନ ଥିଲା ଏଣୁ ଭାଙ୍ଗି ଯାଇଛି । ଏବେ ତାକୁ ମରାମତି କାର୍ଯ୍ୟ ଆରମ୍ଭ କରିବା ସମୟରେ ପୁଣି ଏସ୍.ଗଜରାଜ ଆସି ଝଗଡ଼ା କରି ମୁଁ ଓକିଲ ଅଛି ଜାହା ଚାହିଁବି ତାହା ହେବ ତୁମେ ମାଁ ଝିଅ ଏଠାରେ ନରହି ଅନ୍ୟତ୍ର ଚାଲିଯାଅ ଏହା ମୋର ବାପାର ଜାଗା ଏଠାରେ କାହାକୁ ରଖେଇ ଦେବି ନାହିଁ କହି ଓଲଟା କାନ୍ତା ନାମରେ ଥାନାରେ କେସ୍ କରିବା ସହିତ ହଇରାଣ ହରକତ କରୁଛନ୍ତି। କାନ୍ତା ମଧ୍ୟ ଥାନାରେ ଅଭିଯୋଗ କରି ଅଛନ୍ତି। ବର୍ତ୍ତମାନ କଣ କରିବେ କୁଆଡେ ଯିବେ ଏମିତି ଅନେକ ପ୍ରଶ୍ନ ର ଉତ୍ତର ଖୋଜୁଛନ୍ତି ଶତାୟୁ କୋଶଲ୍ଯା ନାଏକ ଓ କାନ୍ତା ନାଏକ। ବୟସର ଅନ୍ତିମ ପର୍ଯ୍ୟାୟ ପରିଣତି ବୟସର ଯିବେ କୁଆଡେ କିଏ ହେବ ସାହା ଏପରି ପୁଅଙ୍କୁ ସମାଜ କଣ ଦଣ୍ଡ ଦେଉଛି ତାହା ଦେଖିବାକୁ ବାକି ରହିଲା କଣ ମାନବିକତା ବଞ୍ଚି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ