Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୍ରଚାର ମୈଦାନରେ ପ୍ରସିଦ୍ଧ ଓଡ଼ିଆ ଫିଲ୍ମ ଅଭିନେତା ଧୀରେନ୍ଦ୍ର ତ୍ରିପାଠୀ ତଥା ସୁଶାନ୍ତ ଶୁସୁ ଭବାନୀପାଟଣା ବିଧାନସଭା ପ୍ରାର୍ଥୀ ରମେଶ ନାଏକ (ରାବଣ)ଙ୍କ ଆପ୍ ର ଭୋଟ ଭିକ୍ଷା କରି ଯୋର ଶୋରରେ ମାରାଥନ ପ୍ରଚାର

କଳାହାଣ୍ଡି, ୧୨/୦୫ (ଜଗନ୍ନାଥ ନାଏକ) : ପାଖେଇ ଆସୁଛି ନିର୍ବାଚନ । ଜମୁଛି ପ୍ରଚାର। ସମସ୍ତ ପ୍ରାର୍ଥୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ ମାରାଥନ ପ୍ରଚାର ଚଳାଇଛନ୍ତି । ଆମ ଆଦମୀ ପାର୍ଟିର ଭବାନୀପାଟଣା ବିଧାୟକ ପ୍ରାର୍ଥୀ ରମେଶ ନାଏକ। ଶୁକ୍ରବାର ସେ ସମର୍ଥାକଙ୍କ ଗହଣରେ ଭବାନୀପାଟଣା ବ୍ଲକର ବୋର୍ଡ଼ା ଠାରୁ ପ୍ରଚାର ଆରମ୍ଭ କରି ଅର୍ତଳ, ବୋରଭଟା, ଚହଗାଁ, ଚାଞ୍ଚେର, ଛେଲିଆମାଲ, ପଣ୍ଡିଗାଁ, ତୁର୍ପି , ପୋଡମୁଣ୍ଡି, ଦାଦପୂର୍, ଦେୟପୂର୍, ମାଦିଗୁଡ଼ା, ଥୁଆପଦର୍, ଶୀର୍ପୂର୍, ସିକୁନ, ପାଲନା, ସାପସିଲାଟ, ସେଇଁପୂର୍, ଭଙ୍ଗାବାଏର, ଲକ୍ଷ୍ମୀପୁର, ଶଗଡା, ମାଟିଆ, ମେଦିନୀପୁର, କର୍ଲଗୁଡ଼ା, କର୍ଲାପଡ଼ା, କଲମ, ଗୁଡ଼ିଆଲିପଦର, ଅନେକ ଗ୍ରାମପଞ୍ଚାୟତ ତଥା ସହରର ୨୦ଟି ୱାର୍ଡ଼କୁ ବୁଲି ନିଜ ପ୍ରଚାର କରିଥିଲେ। ଝାଡୁରେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ରମେଶ ନାଏକ। ଗ୍ରାମବାସୀ ଓ ମହିଳାମାନଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଥିବା ଦେଖିବା କୁ ମିଳିଥିଲା । ତେବେ ଆଜି ପ୍ରଚାରର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଆ ଫିଲ୍ମ ଅଭିନେତା ଧୀରେନ୍ଦ୍ର ତ୍ରିପାଠୀ, କମେଡିଏନ୍ ସୁଶାନ୍ତ ଶୁଶୁ । ଶ୍ରୀ ତ୍ରିପାଠୀ ତଥା ଶ୍ରୀ ଶୁଶୁ ପାଦରେ ଚାଲି ଚାଲି ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ରମେଶ ନାଏକଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଯୁବ ପିଡି ସେମାନଙ୍କ ପ୍ରିୟ ନାୟକଙ୍କ ସାନିଧ୍ୟ ଲାଭ କରି ବେଶ ଖୁସି ଥିବା ପ୍ରକାଶ କରିଛନ୍ତି। ଆଜିର ଦିନ ତମାମ ପ୍ରଚାର କାର୍ଯ୍ୟକ୍ରମରେ ଭବାନୀପାଟଣା ଆମ ଆଦମୀ ପାର୍ଟି ର ଯୋନାର୍ଲ ଇନ୍ ଚାର୍ଜ ଏବଂ ଲୋକସଭା ଇନ୍ ଚାର୍ଜ କୃତିବାଶ ମୁଣ୍ଡ, ଜିଲ୍ଲା ସଭାପତି ସତ୍ୟ ମହାର, ମାଇନୋରୀଟୀ ସେଲ ଜିଲ୍ଲା ଅଧ୍ୟକ୍ଷ ମହମ୍ମଦ ଅଜିଜ ଅଜିଜ୍ ତଥା ସଞ୍ଜୀବ ବିଶ୍ଵାଳ ଭାଇ ସହିତ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ