ସାଙ୍ଗ କୁ ସାହାଯ୍ୟ କରିବା ମହଙ୍ଗା ପଡ଼ିଲା, ସକାଳୁ କୂଅ ଭିତରୁ ମିଳିଲା ମୃତଦେହ


ଖଲ୍ଲିକୋଟ–୧୬/୦୪–ସାଙ୍ଗକୁ ସାହାଯ୍ୟ କରିବା ମହଙ୍ଗା ପଡ଼ିଲା । ସକାଳୁ ମିଳିଲା କୂଅ ଭିତରୁ ଯୁବକଙ୍କ ମୃତ ଦେହ l ମୃତ ଯୁବକ ଜଣଙ୍କ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁର ସନାତନ ଗୌଡ଼(୨୫) l ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ରାତିରେ ସନାତନ ଙ୍କ ସାଙ୍ଗ ଆକାଶ ଙ୍କ ବଡ଼ଭାଇ ଭଲପାଉଥିବା ପଡୋଶୀ ଗାଁର ଜୈନିକ ଝିଅକୁ ନେଇ ଫେରାର ହେଉଥିବା ବେଳେ ତାଙ୍କୁ ବୁଝାସୁଝା କରି ଘରକୁ ଫେରାଇ ନେବା କୁ ଆସିଥିଲେ ୨ ବନ୍ଧୁ ଆକାଶ ଏବଂ ସନାତନ l କିନ୍ତୁ ଆକାଶଙ୍କ ବଡ଼ ଭାଇ ନ ବୁଝିବାରୁ ତାଙ୍କୁ ଆକାଶ ବାଇକ ଯୋଗେ ନାରାୟଣୀ ଛକ ରେ ଉକ୍ତ ୨ ଜଣଙ୍କୁ ଛାଡି ଫେରି ଆସିଥିଲେ l ସନାତନ କୈରାସୀ ଛକରେ ଅପେକ୍ଷା କରିଥିବା ରୁ ଆକାଶ ଫେରି କୈରାସୀ ଛକ ରେ ଦେଖିବାକୁ ନ ପାଇ ଘରକୁ ଚାଲିଆସିଥିଲେ l ତେବେ ରାତିରେ ସନାତନ ଘରକୁ ଫେରି ନ ଥିବା ଜଣାପଡିବା ପରେ ସକାଳେ ସନାତନ ଙ୍କ ପରିବାର ସାଥିରେ ଆକାଶ ଖୋଜାଖୋଜି କରିବା ସହ ଯେଉଁ ସ୍ଥାନରେ ଛାଡିଥିଲେ ସେହି ପାଖରେ ଥିବା କୂଅ ନିକଟରେ ସନାତନ ଙ୍କ ଚପଲ ପଡିଥିବା ଦେଖିବା କୁ ମିଳିଥିଲା । ପରେ ଦମକଳ ବାହିନୀ ଏବଂ ପୋଲିସ କୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚିଥିଲା ଏବଂ ଦମକଳ ବାହିନୀ କୂଅ ରୁ ସନାତନ ଙ୍କ ମୃତଦେହ ଉଦ୍ଧାର କରିଥିଲା l ପୋଲିସ ଶବ ଜବତ କରି ବ୍ୟବଛେଦ କରିବା ପାଇ ପଠାଇଛି l ତେବେ ୨୫ ବର୍ଷୀୟ ସନାତନଙ୍କ ମୃତ୍ୟୁ ହତ୍ୟା ନା ଦୁର୍ଘଟଣା ଜନିତ ମୃତ୍ୟୁ ତାହା ଏବେ ସଂନ୍ଦେହେ ଘେରରେ l ଅନ୍ୟପଟେ ସାନାତନ ପରିବାର ର ଏକ ମାତ୍ର ପୁଅ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ପରେ ସାନାତନ ଙ୍କ ପରିବାର ଭାଙ୍ଗି ପଡିଛନ୍ତି l ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୯/୨୦୨୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।