ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତଲେ କୋଟିଆଭୋଟର୍


ପଟ୍ଟାଙ୍ଗି୧୪/୦୫ରାଜ୍ୟରେ ଲୋକସଭା ଓ ବିଧାନସଭା ର ପ୍ରଥମ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ ସରିଥିବା ବେଳେ ସେପଟେ ନିଜ ନିଜର ମତଦାନ ସାବ୍ୟସ୍ତ କରି ଘରକୁ ଫେରୁଥିବା ସମୟରେ ଗ୍ରାମ ନିକଟରେ ଏକ ମିନିବସ ଦୁର୍ଘଟଣା ରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୀମାନ୍ତ ଭୋଟର୍ । ଏହିପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ନେରିଡିବାଲସା ଗ୍ରାମ ନିକଟରେ । ସୂଚନା ମୁତାବକ ଓଡ଼ିଶାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ସୀମାନ୍ତ ଭୋଟର୍ ମାନଙ୍କ ପାଇଁ ଯୋଗାଇ ଦିଆ ଯାଇଥିବା ଗାଡ଼ି ବ୍ୟବସ୍ଥା ମଧ୍ୟରୁ ଏକ ମିନିବସ ଯୋଗେ ରଣାସିଂ ମତଦାନ କେନ୍ଦ୍ର ରୁ ନିଜର ମତଦାନ ସାବ୍ୟସ୍ତ କରି ଫେରୁଥିଲେ । ଏହି ସମୟରେ ଉକ୍ତ ବସରେ ରହିଥିବା ୧୫ ଜଣ ସୀମାନ୍ତ ଭୋଟର୍ ହସଖୁସିରେ ବସି ନିଜ ନିଜ ମଧ୍ୟରେ କଥା ବାର୍ତ୍ତା ହେଉଥିବା ବେଳେ ହଟାତ ବସ ଡ୍ରାଇଭର ଉପସ୍ଥିତ ଭୋଟର୍ ମାନଙ୍କୁ ବସର ବ୍ରେକ୍ ଫେଲ୍ ହୋଇ ଯାଇଥିବା ସୂଚାଇ କେହି ନ ଡରିବା ପାଇଁ ପ୍ରକାଶ କରି ଏକ ଗାତ ଭିତରକୁ ଓହ୍ଲାଇ ଦେଇଥିଲେ । ଯାହାଫଳରେ ବସରେ ରହିଥିବା ସମସ୍ତ ସୀମାନ୍ତ ଭୋଟର୍ ସାମାନ୍ୟ ଆହତ ହୋଇଥିବା ବେଳେ ବସ ଟି ଠିକ୍ ଭୋଟର୍ ମାନଙ୍କ ନିଜ ଗ୍ରାମ ନେରିଡିବାଲସା ନିକଟରେ ପହଞ୍ଚିବା ସମୟରେ ଏହିପରି ଦୁର୍ଘଟଣା ଘଟିଥିବା ଦୃଶ୍ୟ ଦେଖି ଘଟଣା ସ୍ଥଳରେ ଉକ୍ତ ଗ୍ରାମବାସୀ ପହଞ୍ଚି ବସ ଭିତରୂ ସମସ୍ତ ଭୋଟର୍ ମାନଙ୍କୁ ଉଧାର କରିଥିବା ସହ ବସ ର ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୀମାନ୍ତ ଭୋଟର୍ ମାନଙ୍କ ଜୀବନ ବଞ୍ଚି ଯାଇଛି ବୋଲି ପ୍ରକାଶ କରିଥିଲେ ।