Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲ୍ଲିକୋଟ ବିଜେପି ଯୁବ ମୋର୍ଚ୍ଚା ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କୁଶ ପୁତ୍ତଳିକା ଦାହ

ଖଲ୍ଲିକୋଟ–୧୬/୦୪–ଆଜି ୧୬ ନମ୍ବର ଜାତୀୟ ରାଜପଥ ର ଗୁରାପଲ୍ଲୀ ଟୋଲ ଗେଟ ନିକଟରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବିଜେପି ଯୁବ ମୋର୍ଚ୍ଚା ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗନ୍ନାଥ ଭୂୟାଁ ଙ୍କ ପୌରହିତ୍ୟି ରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ ରେ ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ ।ରାଜ୍ୟ ସରକାରଙ୍କ ଅଧିକାଂଶ ମନ୍ତ୍ରୀ ଦୁର୍ନୀତି ଗ୍ରସ୍ତ ହୋଇଥିବା ଅଭିଯୋଗ କରି ବର୍ତ୍ତମାନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାଙ୍କ ଦଳ ର ଜଣେ ମହିଳା ନେତ୍ରୀ ଯୌନ ଶୋଷଣ ର ଅଭିଯୋଗ ଆଣିଥିବା ରୁ ତୁରନ୍ତ ତାଙ୍କୁ ମନ୍ତ୍ରୀ ପଦ ରୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ ।ବଧିନୁଆଁପଲ୍ଲୀ ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ଜେନା, ଯୁବ ମୋର୍ଚ୍ଚା ସମ୍ପାଦକ ସନ୍ତୋଷ କୁମାର ରାଉତ, କୈରାଶି ସମିତି ସଭ୍ୟ ବାନାମ୍ବର ସ୍ବାଇଁ, କହ୍ନେଇପୁର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ, ଯୁବ ଆଇନଜୀବୀ ପ୍ରଭାତ ନାୟକ, ବରିଷ୍ଠ ନେତା ପଦ୍ମ ଚରଣ ସୁବୁଦ୍ଧି, କେଶପୁର ପୂର୍ବତନ ସରପଞ୍ଚ ରମେଶ ପରିଡ଼ା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ବିଜେପି ର ସାଂଗଠନିକ ସ୍ଥିତି କୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ ।ଏହାପରେ ଟୋଲ ଗେଟ ନିକଟରେ ଜାତୀୟ ରାଜପଥ ଉପରେ ବିଭିନ୍ନ ସ୍ଲୋଗାନ ଦେବା ସହ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଂଚାୟତ ରୁ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories