Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟିଆ ଭୋଟର୍ ଙ୍କ ପାଇଁ ତପ୍ତରତା ଦେଖାଇଲା ଓଡ଼ିଶା ଓଆନ୍ଧ୍ର

ପଟ୍ଟାଙ୍ଗି୧୪/୦୫ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଭୋଟର୍ ନିଜ ନିଜର ମତଦାନ ସାବ୍ୟସ୍ତ କରିଥିବା ବେଳେ ସେପଟେ ସୀମାନ୍ତ ଭୋଟର୍ ଙ୍କ ପାଇଁ ଦୁଇ ରାଜ୍ୟର ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ତପ୍ତରତା ପ୍ରକାଶ କରି ଭୋଟର୍ ଙ୍କୁ ମତଦାନ କେନ୍ଦ୍ର ରେ ଗାଡ଼ି କରି ପହଞ୍ଚାଇଥିଲେ । ସୂଚନା ମୁତାବକ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ କୁ ନେଇ ରାଜ୍ୟ ବାସିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଓ ବ୍ଲକ ପ୍ରଶାସନ ର ଦୃଷ୍ଟି ରହିଥିବା ସହ କିପରି ଉକ୍ତ ପଞ୍ଚାୟତ ରେ ମତଦାନ ର ପ୍ରତିଶତ ବଢିବ ସେନେଇ ସମସ୍ତ ଙ୍କ ଲକ୍ଷ୍ୟ ରହିଥିଲା । ସେପଟେ ଓଡିଶା ପକ୍ଷରୁ ହୋଇଥିବା ୦୫ଟି ବୁଥ୍ ମଧ୍ୟରୁ ରଣାସିଂ ବୁଥରେ ଦିନ ୧୦ଟା ୩୦ ମିନିଟ୍ ସୁଦ୍ଧା ୭୭ଖଣ୍ଡ ମତଦାନ ପଡିଥିବା ବେଳେ ସୀମାନ୍ତ ଆର୍ଜୁବାଲସା ଗ୍ରାମର ୦୭ ଖଣ୍ଡ ମତଦାନ ସାବ୍ୟସ୍ତ କରିଥିଲେ । ଅନ୍ୟପକ୍ଷରେ ଉକ୍ତ ବୁଥ୍ଅଧିନରେ ୫୮୭ ଭୋଟର୍ ରହିଥିଲେ ମଧ୍ୟ ନେରିଡିବାଲସା ଗ୍ରାମରୁ ୩୫ କିଲୋମିଟର ଦୂରତା ରଣାସିଂ ବୁଥରେ କେହି ଭୋଟର୍ ପହଞ୍ଚି ନଥିବା ବେଳେ ଓଡିଶା ସରକାରଙ୍କ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଗାଡ଼ି ବ୍ୟବସ୍ଥା ହେବା ପରେ ଉକ୍ତ ମତଦାନ କେନ୍ଦ୍ର ରେ ପହଞ୍ଚି ଥିଲେ ଭୋଟର୍ । ଏହିପରି କି ଅପରାହ୍ନ ୦୩ଟା ସୁଦ୍ଧା କୋଟିଆ ପଞ୍ଚାୟତ ରେ ୬୦ ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଥିବା ବେଳେ ୦୪ଟା ପରେ ଉକ୍ତ ପଞ୍ଚାୟତ ରେ ସମ୍ପୂର୍ଣ୍ଣ 76.53% ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ