Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ତ୍ରୀ କୁ ହତ୍ୟା ମାମଲାରେ ସ୍ବାମୀ ଙ୍କୁ କୋର୍ଟ ଚାଲାଣ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡା ପଞ୍ଚାୟତର କୁଟୁଣିପଦର ଗାଁ ରେ ଗତକାଲି ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡ ର ଅଭିଯୁକ୍ତ ସ୍ବାମୀ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।ପାରିବାରିକ କଳହକୁ ନେଇ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ର ମୃତ୍ୟବରଣ ହୋଇଥିଲା। ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ ଯବତ କରିବା ସହ ଅଭିଯୁକ୍ତ ସ୍ଵାମି ରମେଶ ବୈପାରୀ କୁ ଗିରଫ କରି ଆଜି କୋର୍ଟ୍ ଚାଲାଣ କରାଜାଇଥିବା ତଦନ୍ତକାରି ଅଫିସର୍ ମାନସ ପ୍ରଧାନ ପ୍ରକାସ କରିଛନ୍ତି।ଗତକାଲି ରମେଶ ତାଙ୍କ ପତ୍ନି ପଦ୍ମା ଙ୍କୁ ଟାଙ୍ଗିଆରେ ମାରି ହତ୍ୟା କରିଥିଲେଲ।ଖବର ପାଇ ପଦ୍ମାଙ୍କ ଭାଇ ସାଇବ ମୁଦୁଲି ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଶନିବାର ଦିନ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଯାଇଛି।ପ୍ରକାସ ଥାଉକି ମଙ୍ଗଳବାର ଦିନ ଏହି କୁସୁମଗୁଡା ପଞ୍ଚାୟତର ତଳଚମ୍ପି ଗାଁରେ ବିଜୟ ମୁଦୁଲି ତା ସ୍ତ୍ରୀ ଜୟମନ୍ତୀକୁ କାଠ ଫାଳିଆରେ ମାରି ହତ୍ୟା କରିବାର ୪ ଦିନ ନପୁରୁଣୁ ସେଠାରୁ ମାତ୍ର ତିନି କିଲୋମିଟର ଦୁର କୁଟୁଣିପଦର ଗାଁରେ ଶନିବାର ପୁଣି ଏହି ହତ୍ୟା କାଣ୍ଡ କୁ ନେଇ ସାଧାରଣରେ ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି।