Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦେଶ ।ମାଟି ରେ ପରିଚୟ ପାଇବ କଳାହାଣ୍ଡି ର ଦିବ୍ୟାଙ୍ଗ ଅନାଥ ଛୁଆ।

କଳାହାଣ୍ଡି:୧୬/୦୫
ଦୁଇ ସନ୍ତାନ ଥାଇ ବି କଳାହାଣ୍ଡିର ଏକ ଦିବ୍ୟାଙ୍ଗ ଅନାଥ ଛୁଆ ଙ୍କୁ ନିଜର କରିଛନ୍ତି ଏକ ବିଦେଶୀ ଦମ୍ପତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଗମ୍ଭାରୀ ଗୁଡା ଯଶୋଦା ଅନାଥ ଆଶ୍ରମ ରେ । ୟୁ ଏସ ଏ ଆମେରିକା ର ଟେସ୍ସସେସ (କାଲିଫର୍ଣ୍ଣିଆ)ସହର ରୁ ଏକ ବିଦେଶୀ ଦମ୍ପତ୍ତି ଆସି ଗୁରୁବାର ଯଶୋଦା ଅନାଥ ଆଶ୍ରମ ରେ ଥିବା ଏକ ଅନାଥ ଦିବ୍ୟଙ୍ଗ ଶିଶୁ କନ୍ୟା କୁ ପୋଷ୍ୟ ପୁତ୍ର ଗ୍ରହଣ କରିବା ସହିତ ତାଙ୍କୁ ନିଜ ଦେଶ କୁ ନେଇଛନ୍ତି। ଫଳରେ ଏବେ ଓଡ଼ିଆ ଶିଶୁ ବିଦେଶ ରେ ବଢିବା ସହିତ ନିଜର ପରିଚୟ ପାଇବ । ନିଜ ଛୁଆ କୁ ଦେଇ ତାର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଭଗବାନ ଙ୍କୁ ଆଶୀର୍ବାଦ ମାଗିଛନ୍ତି ଅନାଥ ଆଶ୍ରମ ର ପୁରୋଧା ଶ୍ୟାମ ସୁନ୍ଦର ଜାଲ ତାଙ୍କ ପତ୍ନୀ କସ୍ତୁରୀ । ସେପଟେ ଦିବ୍ୟଙ୍ଗ ଛୁଆ କୁ ପୋଷ୍ୟ ପୁତ୍ର ଗ୍ରହଣ କରିବା ପରେ ଉତ୍ସାହିତ ହୋଇଛନ୍ତି ଦୁଇ ବିଦେଶୀ ଦମ୍ପତି । ଏହି ଆଶ୍ରମରେ ୭୮ ଜଣ ଶିଶୁ ରହିଛନ୍ତି।ଗତ ୩୨ ବର୍ଷ ହେଲା ଯଶୋଦା ମା କସ୍ତୁରୀ ନିଜ ସ୍ନେହ ଓ ମମତାର ବାନ୍ଧି ରଖିଛନ୍ତି ସମସ୍ତଙ୍କୁ। ପୂର୍ବରୁ ମଧ୍ୟ ଜଣେ ବିଦେଶୀ ଏଠାରୁ ଜଣେ ଶିଶୁ ଙ୍କୁ ପୋଷ୍ୟ ପାଇଁ ନେଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories