ପର୍ଯ୍ୟଟନ ବିଭାଗ ର ଦୂର ଦୃଷ୍ଟି ଅଭାବ ରାଥିବାଲି ଜଳପ୍ରପାତରେ ବାରମ୍ବାର ଘଟୁଛି ପର୍ଯ୍ୟଟକ ଙ୍କ ମୃତ


ପଟ୍ଟାଙ୍ଗି୧୬/୦୫ଖରାଦିନ ହେଉ ବା ପର୍ଯ୍ୟଟନ ଋତୁ ହେଉ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କୁ ପର୍ଯ୍ୟଟକ ମାନେ ନିଜ ପରିବାର ସଦସ୍ୟ ଓ ସାଙ୍ଗସାଥି ଙ୍କ ସହ ଯାଇଥାନ୍ତି ବୁଲିବା ପାଇଁ କିନ୍ତୁ ଏହିପରି ସ୍ଥିତିରେ ପର୍ଯ୍ୟଟକ ମାନଙ୍କ ପାଇଁ ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷା ନିମନ୍ତେ ସରକାରୀ ସ୍ତରରେ କୈଣସି ସୁବିଧା ରହି ନଥିବା ଯୋଗୁଁ ଅନେକ ସମୟରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରେ ପର୍ଯ୍ୟଟକ ମାନଙ୍କର ଦୁର୍ଘଟଣା ଘଟିବା ସହ ମୃତ୍ୟୁ ଘଟୁଥିଲେ ମଧ୍ୟ ଏଥିରେ ପର୍ଯ୍ୟଟନ ବିଭାଗ ହେଉ ବା ଜିଲ୍ଲା ପ୍ରଶାସନ କୈଣସି ସୁରକ୍ଷା ବ୍ୟବସ୍ଥା ପାଇଁ ଇଛା ପ୍ରକାଶ କରି ନଥାନ୍ତି । ଯାହାକି ଏହା ଉକ୍ତ ବିଭାଗର ଦୂର ଦୃଷ୍ଟି ବୋଲି ପର୍ଯ୍ୟଟକ ଙ୍କ ମଧ୍ୟରେ ମତପ୍ରକାଶ ପାଉଛି । ଏହିପରି ଏକ ଘଟଣା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ର ରାଥିବାଲି ଜଳପ୍ରପାତ ରେ ବାରମ୍ବାର ଘଟୁଥିଲେ ମଧ୍ୟ ଏଥିରେ ସରକାରୀ ସ୍ତରରେ କେହି ଦୃଷ୍ଟି ନ ପକାଇବା ଏକ ଦୁର୍ଭାଗ୍ୟ ଜନକ ବୋଲି ଉକ୍ତ ପର୍ଯ୍ୟଟନ ସ୍ଥଳୀରେ ସୋମବାର ଦୁଇ ପର୍ଯ୍ୟଟକ ଯଥା ଦୁଇ ସାଙ୍ଗ ଙ୍କ ମୃତ୍ୟୁବରଣ ଘଟିଥିବା ପରିବାର ସଦସ୍ୟ ଦୁଃଖର ସହ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଉକ୍ତ ଜଳପ୍ରପାତ କୁ ପ୍ରତିବର୍ଷ ପର୍ଯ୍ୟଟନ ଋତୁ ରେ ହେଉ ବା ଅନ୍ୟ ଯେକୌଣସି ସମୟରେ ପର୍ଯ୍ୟଟକ ମାନେ ବୁଲିବା କୁ ଆସି ବୋହି ଯାଉଥିବା ଝରଣା ପାଣିରେ ଗାଧୋଇ ମଜା ଉଠାଇବା ସହ ବିଭିନ୍ନ ସ୍ଥାନରେ ଠିଆହୋଇ ଫୋଟୋ ଉଠାଇଥାନ୍ତି କିନ୍ତୁ ଏହି ସମୟରେ କିଛି ଅସାବଧାନତା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଉକ୍ତ ପର୍ଯ୍ୟଟନ ସ୍ଥଳୀରେ ଗତ ୧୩୭ ଦିନ ତଥା ଗତ ଡିସେମ୍ବର ରୁ ମେ ମାସ ମଧ୍ୟରେ ୦୩ ଜଣ ପର୍ଯ୍ୟଟକ ଙ୍କ ମୃତ ଘଟିଥିବା ସହ ୦୭ ଜଣ ଆହତ ହେଲେଣି । ଯାହାକି ଏହିପରି ଦୁର୍ଘଟଣା ସମ୍ପର୍କରେ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ନିକଟରେ ଖବର ରହିଥିଲେ ମଧ୍ୟ ଏଥିରେ କୈଣସି ତପ୍ତରତା ପ୍ରକାଶ ନ ପାଇବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ସେପଟେ ଉକ୍ତ ପର୍ଯ୍ୟଟନ ସ୍ଥଳୀରେ ଏହିପରି ବାରମ୍ବାର ଅଘଟଣ ଘଟୁଥିବା ହେତୁ ପଟ୍ଟାଙ୍ଗି ବିକାଶ ପରିଷଦ ଏବଂ ଓଡିଶା ମୋଟର ଚାଳକ ସଂଘ ର ପଟ୍ଟାଙ୍ଗି ଶାଖା ଉଦବେଗ ପ୍ରକାଶ କରି ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସରକାରୀ ସ୍ତରରେ ପର୍ଯ୍ୟଟକ ମାନଙ୍କ ପାଇଁ ଉକ୍ତ ଜଳପ୍ରପାତ ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦାବି କରିଛନ୍ତି । ଏଠାରେ ସୂଚନା ଥାଉକି ଗତ ଡିସେମ୍ବର ୨୯ ତାରିଖରେ ସୁଦୂର କଟକ ଜିଲ୍ଲା ରୁ କିଛି ଯୁବ ପର୍ଯ୍ୟଟକ ଉକ୍ତ ପର୍ଯ୍ୟଟନ ସ୍ଥଳୀ କୁ ବୁଲିବା କୁ ଆସି ଜଣେ ପର୍ଯ୍ୟଟକ ଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଣି ବର୍ତ୍ତମାନ ମେ ମାସର ୧୩ ତାରିଖରେ ଦୁଇ ଯୁବ ପର୍ଯ୍ୟଟକ ତଥା ସାଙ୍ଗଙ୍କ ମୃତ୍ୟୁବରଣ ଘଟିଥିବା ପର୍ଯ୍ୟଟକ ଙ୍କ କ୍ଷେତ୍ରରେ ଭୟର ବାତାବରଣ ସୃଷ୍ଟି କରିଛି । ଏନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତାଲିନା ପ୍ରଧାନୀ ଙ୍କୁ ପଚାରିବାରୁ ପର୍ଯଟକ ମାନଙ୍କୁ ସଚେତନ କରିବାକୁ ବିଭିନ୍ନ ସଚେତନତା ମୂଳକ ନମଫଳକ ମରାଯାଇଛି । ଏହା ସତ୍ତ୍ୱେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ପର୍ଯଟକ ମାନଙ୍କ ଜୀବନ ହାନି ଘଟୁଛି । ତେଣୁ ଆମେ ସେଠାରେ ଏକ ବାରିକେଟ୍ କରିବା କୁ ନିଷ୍ପତ୍ତି ନେଇଛୁ । ନିର୍ବାଚନ ପରେ ଜିଲ୍ଲାପାଳ ସହ ଆଲୋଚନା କରି ଏ ଦିଗରେ ଆଗେଇବୁ ବୋଲି ପ୍ରଧାନୀ ପ୍ରକାଶ କରିଛନ୍ତି ।