Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବରଗଡ଼/ବଲାଙ୍ଗୀର ରୁ ସକାଳୁ ଭୁବନେଶ୍ୱର ଟ୍ରେନ ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହେଲା

ବରଗଡ଼ / ଅତାବିରା – ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ତ୍ରୈମାସିକ ସାଧାରଣ ସଭା ତା.୧୬/୦୪/୨୦୨୩ ରବିବାର ଦିନ ଅଗ୍ରଗାମୀ ଯୁବକ ସଂଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ସଂଘର ତଥା ବରଗଡ ଜନସାଧାରଣଙ୍କ ଅନେକ ଦିନର ଦାବି ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ ପ୍ରତି ରେଳକର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ କୌଣସି ସକାରାତ୍ମକ ପଦକ୍ଷେପ ନ ନେଇ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା। ଇତିମଧ୍ୟରେ ବଲାଙ୍ଗିର ରେଳ ଉପଭୋକ୍ତା ସଂଘ ଏହା ଉପରେ ମିଳିତ ପଦକ୍ଷେପ ନେବା ପାଇଁ ବରଗଡ ରେଳ ଉପଭୋକ୍ତା ସଂଘକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛି। ତେଣୁ, ଆସନ୍ତା ମାସରୁ ବରଗଡର ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ବୈଠକ ଡକାଯାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବାକୁ ସ୍ଥିର କରାଯାଇଛି। ରେଳବାଇକୁ ଯଦି ଉକ୍ତ ଟ୍ରେନର ସମ୍ପ୍ରସାରଣ କରିବାକୁ ବିଶେଷ ଅସୁବିଧା ହେଉଛି; ତେବେ ବଲାଙ୍ଗିରରୁ କଟକ ଦେଇ ଭୁବନେଶ୍ୱରକୁ ସକାଳୁ ଏକ ନୂତନ ଟ୍ରେନ ଚଳାଇବାକୁ ଦାବି କରାଯିବ। ଲୋକଙ୍କ ସାଧାରଣ ସମସ୍ୟା ପାଇଁ ରେଳବିଭାଗ ଆନ୍ଦୋଳନ କରିବାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବାରୁ ସଦସ୍ୟମାନେ କ୍ଷୋଭପ୍ରକାଶ କରିଥିଲେ। ସଦସ୍ୟମାନେ ଷ୍ଟେସନ ତଥା ରେଳ ଯାତାୟତ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ବୈଠକରେ ସଭାପତି ପ୍ରଦୀପ ଦେବତା, ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ସର୍ଦ୍ଦାର ପ୍ରିତମ ସିଂହ ଓ ଇନ୍ଦିରା ମହାନ୍ତି, ସମ୍ପାଦକ କମଳ ଯୋଷୀ, ଯୁଗ୍ମ ସମ୍ପାଦକ କିଶୋର କୁମାର ରଥ, କୋଷାଧ୍ୟକ୍ଷ ଅଭିଜିତ ପ୍ରତିହାର ତଥା ଅନ୍ୟାନ୍ୟ ସଦସ୍ୟ ଅଚ୍ୟୁତାନନ୍ଦ ବାରିକ, ମଳୟ ମହାନ୍ତି, ଗୋପାଳ ଚନ୍ଦ୍ର ଦାଶ, ଗୋବିନ୍ଦ ଦାଶ, ନିର୍ମଳ କର, ଅଭୟ ଭୋଇ, ତୁଳସୀ ଦାଶ, ସତ୍ୟନାରାୟଣ ପଣ୍ଡା, ଦେବୀ ପଟ୍ଟନାୟକ, ସନ୍ତୋଷ ଦାଶ, ଉଦ୍ଧବ ବେହେରା, ବିଷ୍ନୁ ଧାନୁକା, ଲକି ମିରୱାନି, ଅମିତ ସାହୁ, ହରଦୀପ ସିଂହ, ପ୍ରଫୁଲ୍ଲ ନନ୍ଦ ଓ ଅନିଲ ଅଗ୍ରୱାଲ ଯୋଗ ଦେଇଥିଲେ।