ଭାରସାମ୍ୟ ହରାଇ ଗଛକୁ ପିଟିହେଲା ନଡ଼ିଆ ବୋଝେଇ ମିନିଟ୍ରକ୍ ଘଟଣା ସ୍ଥଳେ ଡ୍ରାଇଭର ମୃତ


ପଟ୍ଟାଙ୍ଗି୨୦/୦୫ଭାରସାମ୍ୟ ହରାଇ ଗଛକୁ ପିଟି ହୋଇ ଏକ ନଡିଆ ବୋଝେଇ ମିନି ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ବେଳେ ଘଟଣା ସ୍ଥଳେ ଡ୍ରାଇଭର ଙ୍କ ମୃତ ସହ ବାମ ଗୋଡ ସମ୍ପୂର୍ଣ୍ଣ କଟି ଯିବା ପରି ଦୃଶ୍ୟ କୁ ନେଇ ଭୋର ସକାଳୁ ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିବା ଖବର ପାଇ ପୋଲିସ ପହଞ୍ଚି ଲାଇନ୍ କ୍ଲିୟର କରିଛି । ଏହିପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପୁକାଲି ଛକ ନିକଟରେ । ସୂଚନା ମୁତାବକ ପଡୋଶୀ ଆନ୍ଧ୍ର ରାଜ୍ୟ ରୁ ନଡ଼ିଆ ବୋଝେଇ ଏକ ମିନି ଟ୍ରକ୍ ନଂ AP07 TG 9759 ଟି ଓଡ଼ିଶାର ଶେମିଳିଗୁଡା ଅଭିମୁଖେ ଯାଉଥିବା ସମୟରେ ଉକ୍ତ ଥାନା ଅନ୍ତର୍ଗତ ପୁକାଲି ଛକ ନିକଟରେ ଜାତୀୟ ରାଜପଥ କଡରେ ରହିଥିବା ଡିଭାଇଡର୍ କୁ ଧକ୍କା ଦେଇ ଏକ ଗଛକୁ ପିଟି ଭାରସାମ୍ୟ ହରାଇ ପିଟିଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ମିନି ଟ୍ରକ୍ ର ଡ୍ରାଇଭର ସେଖ୍ ଆର୍ସାଦ୍ ଙ୍କ ମୃତ ହୋଇଥିବା ସହ ବାମ ଗୋଡ଼ ସମ୍ପୂର୍ଣ୍ଣ କଟି ଯିବା ସହ ଟ୍ରକ୍ ଟି ସମୁଖ ଭାଗରୁ ସମ୍ପୂର୍ଣ୍ଣ ଚୁର୍ ମାର୍ ହୋଇ ଯାଇଥିବା ଦେଖିବା କୁ ମିଳିଛି । ଅନ୍ୟପକ୍ଷରେ ଉକ୍ତ ଦୁର୍ଘଟଣା ରେ ମିନି ଟ୍ରକ୍ ର ହେଲପର ଗୁରୁତର ଆହତ ହୋଇ ଥିବା ବେଳେ ଖବର ପାଇ ସ୍ଥାନୀୟ ଥାନାଧିକାରୀ ଚତୁର୍ଭୁଜ ନାୟକ , ପୋଲିସ କର୍ମଚାରୀ ଘଟଣା ସ୍ଥଳେ ପହଞ୍ଚି ସ୍ଥାନୀୟ ଓଡିଶା ମୋଟର ଚାଳକ ସଂଘ ର ପଟ୍ଟାଙ୍ଗି ଶାଖା କର୍ମଚାରୀ ଏବଂ ଉପସ୍ଥିତ ସିପାଇପୁଟ୍ ଗ୍ରାମବାସୀ ଙ୍କ ସହଯୋଗ ରେ ପଡି ରହିଥିବା ହେଲପର କୁ ଉଧାର କରି କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ସହ ମୃତ ଡ୍ରାଇଭର ସେଖ୍ ଆର୍ସାଦ୍ ଙ୍କ ଶବ ଘଟଣା ସ୍ଥଳରୁ ଉଧାର କରି ପଟ୍ଟାଙ୍ଗି ଗୋଷ୍ଠୀ ଆନ୍ଦ୍ର କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦୁର୍ଘଟଣା ସ୍ଥଳରେ ଉଭୟ ପାର୍ଶ୍ଵରେ ରେ ଅଟକି ରହିଥିବା ସମସ୍ତ ଗାଡ଼ି କୁ ଚଳାଚଳ କରିବାରେ ସ୍ୱଭାବିକ ଆଣି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ପୋଲିସ ର ପ୍ରାଥମିକ ତଦନ୍ତ ରେ ଜଣାପଡ଼ିଛି କି ଦୁର୍ଘଟଣା ଗ୍ରସ୍ତ ମିନି ଟ୍ରକ୍ ଟି ପଡୋଶୀ ଆନ୍ଧ୍ର ରାଜ୍ୟର ହୋଇଥିବା ବେଳେ ନଡ଼ିଆ ଲୋଡ କରି ଜୟପୁର ଯାଉଥିବା ବେଳେ କୈଣସି କାରଣ ବସତ ଟ୍ରକ୍ ଟି ଭାରସାମ୍ୟ ହରାଇ ପ୍ରଥମେ ଜାତୀୟ ରାଜପଥ କଡରେ ରହିଥିବା ଡିଭାଇଡର କୁ ପିଟିହୋଇ ଗଛକୁ ପିଟିଥିବା ଜଣାପଡ଼ିଛି । ଏଠାରେ ସୂଚନା ଥାଉକି ଆହତ ହେଲପର ଙ୍କ ନା ଜଣାପଡି ନାହିଁ ।