Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଣତୁମ୍ଭରେ ନିର୍ବାଚନୀ ପରବର୍ତ୍ତୀ ହିଂସା,ଉଭୟ ଗୋଷ୍ଠିର 4 ଗିରଫ

ବେଲଗୁଣ୍ଠା-୨୩/୫- ବେଲଗୁଣ୍ଠା ଥାନା ଅର୍ନ୍ତଗତ ବାଣତୁମ୍ବ ଗ୍ରାମରେ ରାଜନୈତିକ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।ଏ ନେଇ ବେଲଗୁଣ୍ଠା ପୋଲିସ ଦୁଇ ଗୋଷ୍ଠୀରୁ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରି ୨୪୦/୨୪ ରେ ପ୍ରଶାନ୍ତ ସେଠୀ ଓ ସୁଶାନ୍ତ ସେଠୀଙ୍କ ଗିରଫ କରିଥିବା ବେଳେ ୨୪୧/୨୪ରେ ଅଜିତ୍ କୁମାର ସ୍ବାଇଁ ଓ ବଳରାମ ସ୍ୱାଇଁ ଏପରି ୪ ଜଣ ଗିରଫ ହୋଇଥିବା ଜଣାପଡିଛି ।ଦୁଇଟି ପୃଥକ ମାମଲାରେ ୨୪୦/୨୪ରେ ଭଞ୍ଜନଗର ଏସ୍.ଡି.ପି.ଓ ତଦନ୍ତ କରୁଥିବା ବେଳେ ଅନ୍ୟଟିରେ ବେଲଗୁଣ୍ଠା ସେକେଣ୍ଡ ଅଫିସର ଅଭୟ କୁମାର ପ୍ରଧାନ ତଦନ୍ତ କରୁଥିବା ନେଇ ଥାନାଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି ।