Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୃତୀୟଥର ପାଇଁ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତା ପାଇଁ ଆଯ୍ୟକନ୍ୟା ଗୁରୁକୂଳ ଛାତ୍ରୀ ମନୋନୀତ

ବେଲଗୁଣ୍ଠା,25/05, ଲଗାତାର ଭାବେ ତୃତୀୟ ଥର ପାଇଁ ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳର ଛାତ୍ରୀ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି I ସୂଚନା ପ୍ରକାରେ ଆଜି ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ଯୋଗ ଅଲମ୍ପିଆଡ୍ ଚାମ୍ପିଅନସିପ୍-2024 ରେ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳର ଅଷ୍ଟମ ଶ୍ରେଣୀ ଛାତ୍ରୀ ରେଶ୍ମା ବିଷୋୟୀ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତା-2024 ପାଇଁ କୃତିତ୍ୱ ହାସଲ କରିଛନ୍ତି I ପ୍ରକାଶ ଥାଉକି ଗତ ଦୁଇ ବର୍ଷରେ ମଧ୍ୟ ଏହି ଅନୁଷ୍ଠାନର ଛାତ୍ରୀ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତା ପାଇଁ କୃତିତ୍ୱ ହାସଲ କରିଥିଲେ I ଆଜି ରେଶ୍ମାଙ୍କ ସଫଳତା ପାଇଁ ତାଙ୍କୁ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ, କ୍ରୀଡ଼ା ଶିକ୍ଷୟିତ୍ରୀ ଗୀତାଞ୍ଜଳି ମିଶ୍ର, ବ୍ଳକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁ,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ବ୍ଳକ୍ ର ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ