ଅସୁସ୍ଥ ବାଘର ସ୍ବାସ୍ଥ୍ୟାବସ୍ଥାରେ ଆସିଛି ସାମାନ୍ୟ ସୁଧାର


ଖଡ଼ିଆଳ : ନୂଆପଡାରେ ମଣିଷ ଖିଆ ବାଘକୁ ରବିବାର କାବୁ କରାଯିବା ପରେ ବାଘଟିର ସ୍ବାସ୍ଥ୍ୟ ଅତ୍ୟନ୍ତ ଗୁରୁତର ରହିଥିଲା । ସୋମବାର ବାଘର ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ନୂଆପଡା ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କ ତତ୍ତ୍ବାବଧାନରେ ଚିକିତ୍ସା ଚାଲିଥିବା ବେଳେ ୧୫ରୁ ଅଧିକ ସାଲାଇନ ଓ ୨୦ରୁ ଅଧିକ ଇଞ୍ଜେକ୍ସନ୍ ଦିଆସରିଛି । ପିଞ୍ଜରା ଭିତରେ ସାମାନ୍ୟ ଚଲାବୁଲା କରିଛି । ହେଲେ ଦୀର୍ଘ ୨୪ ଘଣ୍ଟା ପରେ ବି କୌଣସି ଆହାର ଗ୍ରହଣ କରିନାହିଁ । ସୋମବାର ସକାଳୁ ପୁଣି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ପହଞ୍ଚି ବାଘର ସ୍ଥିତି ଅନୁଧ୍ୟାନ କରିବା ସହ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବା କହିଛନ୍ତି । ତେବେ ସୋମବାର ମଧ୍ୟ ବାଘଟିକୁ ଚିକିତ୍ସାର ଅତି ଜରୁରୀ ରହିଛି । ତେବେ ବାଘ ଅସୁସ୍ଥ ହେବାର କାରଣ ଆଜି ବି ଅସ୍ପଷ୍ଟ ରହିଛି । ବିଷକ୍ରିୟାଜନିତ ଯେଉଁସବୁ ଲକ୍ଷଣ ରହେ ସବୁ ଲକ୍ଷଣ ଏହି ଅସୁସ୍ଥ ବାଘଠାରେ ଥିବା ଜଣାପଡୁଥିବା ପ୍ରାଣୀ ଚିକିତ୍ସକ କହିଛନ୍ତି । ଯାହା ପାଇଁ ଇଞ୍ଜେକ୍ସନ୍ ମଧ୍ୟ ଦିଆଯାଉଛି ।