Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟପାଳଙ୍କ ଦ୍ୱାରା ସମର୍ଦ୍ଧିତ ହେଲେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ

ଖଡ଼ିଆଳ : ରାଜ୍ୟସ୍ତରରେ ନୂଆପଡ଼ା ଜିଲ୍ଲା ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ବିଭିନ୍ନ କ୍ଷେତ୍ରରେ ଉନ୍ନୟନ ମୂଳକ ଏବଂ ବର୍ଷ ତମାମ ସକ୍ରିୟ ରହି ବିଭିନ୍ନ ସମୟରେ ସମାଜ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ସାଧିତ କରିଥିବା ଯୋଗୁଁ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ରାଜଭବନ ଠାରେ ସମ୍ବର୍ଦ୍ଧିତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁଙ୍କ ବଳିଷ୍ଠ ଉଦ୍ୟମ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ଦିଗଦର୍ଶନରେ ନୂଆପଡ଼ା ଜିଲ୍ଲା ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଏହି ସଫଳତା ସାଉଁଟି ବାରେ ସକ୍ଷମ ହୋଇ ପାରିଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସଂପାଦକ ତଥା ଶାରୀରିକ ଶିକ୍ଷା ନିରୀକ୍ଷକ ମହେଶ କୁମାର ଦଣ୍ଡସେନା ସମ୍ବର୍ଦ୍ଧନା ପତ୍ର ଓ ଜିଲ୍ଲା ତାଲିମ କମିଶନର ଅଶୋକ କୁମାର ବେହେରା ମୁଖ୍ୟ କମିଶନରଙ୍କ ପ୍ଲାକ୍ ଭୁବନେଶ୍ବର ସ୍ଥିତ ରାଜଭବନର ନବନିର୍ମିତ ଅଭିଷେକ ହଲ୍ ଠାରେ ଆୟୋଜିତ ଉତ୍ସବରେ ମହାମହିମ ରାଜ୍ୟପାଳଙ୍କ ଠାରୁ ଗ୍ରହଣ କରିଥିଲେ। ଚଳିତ ବର୍ଷ ଜିତାମିତ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳେଶ୍ୱର ପାତ୍ର ଓ କୋମନା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ମୟୀମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା କେମ୍ପୋରୀ ଅନୁଷ୍ଠିତ ହୋଇଥିଲା ଯାହା ରାଜ୍ୟ ମୁଖ୍ୟ କମିଶନର କାଳୀପ୍ରସାଦ ମିଶ୍ରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ , ଚୈତନ୍ୟ ହୋତା ଓ ନକୁଳ ଶବର , ଆସିଷ୍ଟାଣ୍ଟ ଜିଲ୍ଲା କମିଶନର ପ୍ରମୋଦ ଠାକୁର ତଥା ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ , ସମସ୍ତ ସ୍କାଉଟ୍ ମାଷ୍ଟର , ଗାଇଡ୍ସ କମ୍ପାନୀଙ୍କ ମିଳିତ ପ୍ରୟାସ ଯୋଗୁଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏହି କୃତିତ୍ୱ ହାସଲ କରିପାରିଛି । ଉକ୍ତ ସମ୍ବର୍ଦ୍ଧନା ପର୍ବରେ ଜିଲ୍ଲା ସାଙ୍ଗଠନିକ କମିଶନର ଗାଇଡ୍ସ ନିରୂପମା ପାଣିଗ୍ରାହୀ , ସହ -ସଂପାଦକ ପ୍ରଶାନ୍ତ ପ୍ରଧାନୀ , ଜିଲ୍ଲା ସଂଯୋଜକ ଏମ୍.ଓ.ପି. ରୋଶନ ପଣ୍ଡା ତଥା ଜିଲ୍ଲାର ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ , ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାଦି, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଲୋହୋରାପାଲି ଓ ନେହେନା , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋମନାର ସ୍କାଉଟ୍ ଓ ଗାଇଡ ମାନେ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଚଳିତ ବର୍ଷ ଜିଲ୍ଲାର ୧୦୯ ଜଣ ସ୍କାଉଟ୍ ଓ ୬୩ ଜଣ ଗାଇଡ ରାଜ୍ୟ ପୁରସ୍କାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସ୍କାଉଟ୍ ଆର୍ୟନ ଦଣ୍ଡସେନା ଓ ଗାଇଡ ଯାଜନିକା ଶବର ରାଜ୍ୟ ପୁରସ୍କାର ପ୍ରମାଣପତ୍ର ମହାମହିମ ରାଜ୍ୟପାଳଙ୍କ ଠାରୁ ଗ୍ରହଣ କରିଥିଲେ। ଏହି ସଫଳତା ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ , ଅଭିଭାବକ ଅଭିଭାବିକା ତଥା ବୁଦ୍ଧିଜୀବୀ ମହଲରେ ଖୁସି ଆଣି ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ