ଅଗ୍ନିବୀର ନାଁରେ ମୋଦି ସରକାର ସୈନିକଙ୍କୁ କରୁଛନ୍ତି ଶ୍ରମିକ: ରାହୁଲ


ନୂଆଦିଲ୍ଲୀ: ଅଗ୍ନିବୀରଙ୍କୁ ନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସାଂସ ରାହୁଲ ଗାନ୍ଧୀଙ୍କ କଟୁ ସମାଲୋଚନା । କହିଲେ- ଅଗ୍ନିବୀର ନାଁରେ ମୋଦି ସରକାର ଦେଶର ସୈନିକଙ୍କୁ ଶ୍ରମିକ କରିଦେଇଛନ୍ତି । ବିହାରରେ ଏକ ନିର୍ବାଚନୀ ସଭାରେ ଏମିତି କହି କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ରାହୁଲ ।

ରାହୁଲ କହିଛନ୍ତି, ଅଗ୍ନିବୀର ଯୋଜନା ଜରିଆରେ କେନ୍ଦ୍ର ସରକାର ସୈନିକମାନଙ୍କୁ ଶ୍ରମିକ କରିଛନ୍ତି । କ୍ଷମତାକୁ ଆସିଲେ ତାଙ୍କ ସରକାର ଅଗ୍ନିବୀରଙ୍କୁ ବାତିଲ କରିବ ଏବଂ ପୂର୍ବ ଭଳି ନିୟମ ରହିବ । ଅଗ୍ନିବୀର ଯୋଜନା ହେଉଛି କେନ୍ଦ୍ର ଦ୍ୱାରା ଜୁନ୍ ୨୦୨୨ରେ ଉନ୍ମୋଚନ କରାଯାଇଥିବା ସ୍ୱଳ୍ପକାଳୀନ ପ୍ରତିରକ୍ଷା ନିଯୁକ୍ତି ମଡେଲ । ଏହି ଯୋଜନାରେ ସୈନିକମାନଙ୍କୁ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ଦିଆଯିବା ସହ ସେମାନଙ୍କ ମଧ୍ୟରୁ ୨୫% ନିୟମିତ ଚାକିରିରେ ରହିବାର ବ୍ୟବସ୍ଥା ରହିଛି । ଏହି ଯୋଜନାରେ ନିଯୁକ୍ତି ପାଇଥିବା ଲୋକଙ୍କୁ ‘ଅଗ୍ନିବୀର’ ବୋଲି କୁହାଯାଏ । ଜୁନ୍ ୪ରେ କ୍ଷମତାକୁ ଆସିବା ପରେ ଏହି ଯୋଜନାକୁ ଉଚ୍ଛେଦ କରାଯିବ । ଅଗ୍ନିବୀର ନିଯୁକ୍ତି ଯୋଜନା ମାଧ୍ୟମରେ ପୂର୍ବ ଭଳି ସେନାରେ ସ୍ଥାୟୀ ନିଯୁକ୍ତି କରାଯିବ ।