ବାଞ୍ଜିପାଲି ସ୍କୁଲରେ ପୁସ୍ତକ ବଣ୍ଟନ ସହ ସ୍ଵାଗତ ସମ୍ବର୍ଦ୍ଧନା


ଅତାବିରା: ସୋମବାର ସକାଳ ୭ ଘଟିକାରେ ଅତାବିରା ବ୍ଲକ୍ ଅନ୍ତର୍ଗତ ବୁଗବୁଗା କ୍ଲଷ୍ଟର ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଞ୍ଜିପାଲି ଠାରେ ପୁସ୍ତକ ବଣ୍ଟନ ଓ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲା ମାନଙ୍କୁ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପଣ୍ଡା ଓ ସହକାରୀ ଶିକ୍ଷକ ଜଗମୋହନ ଭୁଏ ଙ୍କ ଦ୍ଵାରା ସରକାରଙ୍କ ତରଫରୁ ଦିଆଯାଉଥିବା ମାଗଣା ପୁସ୍ତକ ପିଲାମାନଙ୍କୁ ବଣ୍ଟନ କରାଯାଇ ଥିଲା । ତାହା ସହ ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ ରେ ନୁତନ ଭାବେ ନାମ ଲେଖାଇ ଥିବା ପ୍ରଥମ ଶ୍ରେଣୀ ପିଲା ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସହ ବିଦ୍ୟପ୍ରବେଶ ପୁସ୍ତିକା ଓ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୁଗବୁଗା କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ନନ୍ଦିଘୋଷ ଭୁଏ ଯୋଗଦାନ କରିଥିଲେ । ଏହି ପରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପତ୍ରାପାଲି, ସରକାରୀ ପ୍ରାଥମିକ ବିଦ୍ୟାଳୟ ବବେବିରା, ସରକାରୀ ଉଚ୍ଚ ପ୍ରାଥମିକ କୁଳୁଣ୍ଡା, ସରକାରୀ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଆଦି ଶିକ୍ଷା ଅନୁଷ୍ଠାନ ରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।