Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ରୋଗପୋକ ରେ ଶୁଖିଯାଉଛି ଧାନ ଖେଡ଼; ପୁଣି ଗର୍ଜିଲେ ଚାଷୀ, ତହସିଲଦାର ଙ୍କୁ ଦେଲେ ଅଭିଯୋଗ

ଅତାବିରା: ବରଗଡ ଜିଲ୍ଲା ଅତାବିରା ଓଡ଼ିଶାର ଭାତହାଣ୍ଡି କହିଲେ ଅତ୍ୟୁକ୍ତି ହେବନାହିଁ । ହୀରାକୁଦ ନଦୀବନ୍ଧରୁ ପ୍ରାୟ ୯୦ ପ୍ରତିଶତ ଜମିରେ ରବି ଋତୁରେ ଧାନ ଫସଲ ଚାଷ ହୋଇଥାଏ । ଏଠାରେ ଆଧୁନିକ ପ୍ରଣାଳୀରେ ଚାଷ ହେଉଥିବାରୁ ତଥା ମାଟିରେ ଆମ୍ଲଗୁଣ ଅଧିକ ରହୁଥିବାରୁ ଚାଷୀମାନେ ଅଧିକ ଅମଳ ପାଇଁ ପ୍ରଚୁର ପରିମାଣରେ ରସାୟନିକ ସାର ସହିତ କୀଟନାଶକ ପ୍ରୟୋଗ କରିଥାନ୍ତି । ଏହାର ସୁଯୋଗ ନେଇ ଅସାଧୁ ବ୍ୟାପାରୀମାନେ ପ୍ରତିଥର ନକଲି ସାର ଏବଂ କୀଟନାଶକ ବିକ୍ରୟ କରିଥାନ୍ତି । ଫଳରେ ଏଠାକାର ଚାଷୀମାନେ ବିପୁଳ ପରିମାଣରେ କ୍ଷତିଗ୍ରସ୍ତ ହୋଇଥାନ୍ତି। ସୋମବାର ପୁଣି ଏସଂପର୍କରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବରଗଡ଼ ଜିଲା ଚାଷୀ ସଂଗଠନ ଅତାବିରା ସଭାପତି ଯୁନୁସ ଖାନ, ସମ୍ପାଦକ ରମଣୀ ଦନ୍ତା, ରବୀନ୍ଦ୍ର ନାଥ ବିଶି, ପ୍ରଦୀପ ସାହୁ ପ୍ରମୁଖଙ୍କ ନେତୃତ୍ୱ ରେ ବହୁ ଚାଷୀ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବୀପତ୍ର ଦିଆଯାଇଛି। ସଂଗଠନର ସଭାପତି ଶ୍ରୀ ଖାଁନଙ୍କ ନେତୃତ୍ବରେ ଚାଷୀମାନେ କୃଷି କାର୍ଯ୍ୟାଳୟ ପରିସର ଏକତ୍ରିତ ହୋଇଥିଲେ l ପରେ ସେଠାରୁ ତହସିଲ ଅଫିସକୁ ଯାଇ ତହସିଲଦାର ଶ୍ୱେତପଦ୍ମା ଯୋଶୀଙ୍କୁ ଏକ ଦାବୀପତ୍ର ଦେଇଥିଲେ। ଦାବିପତ୍ରରେ ଦର୍ଶାଯାଇଛି ଯେ ଅଞ୍ଚଳରେ ବର୍ତ୍ତମାନ 120 ଦିନିଆଁ ଧାନ ଚାଷରେ ପ୍ରତି ପଞ୍ଚାୟତରେ ଧାନ ଫସଲରେ ବିଭିନ୍ନ ରୋଗପୋକ ଦେଖାଦେଇଛି । ଗ୍ରାମ କୃଷି କର୍ମଚାରୀମାନଙ୍କ ଦେଖାମିଳୁନାହିଁ । ଫଳରେ ଚାଷୀମାନେ ଉଚିତ ପରାମର୍ଶ ପାଉନାହାନ୍ତି। ତେଣୁ ପ୍ରତି ପଞ୍ଚାୟତରେ ରାଜସ୍ୱ ଓ କୃଷିବିଭାଗ ପକ୍ଷରୁ ଯୁଗ୍ମ ନିରୀକ୍ଷଣ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବାକୁ ନିବେଦନ କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ