Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ହେଉଛି ପ୍ରଚାରର ଶେଷ ଦିନ, ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ତେଣୁ ଶେଷ ଦିନରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ବିଭିନ୍ନ ଦଳର ନେତା । ମାଳ ମାଳ କେନ୍ଦ୍ରୀୟ ନେତାଙ୍କ ଆଗମନରେ କମ୍ପୁଛି ଓଡିଶାର ନିର୍ବାଚନୀ ମଇଦାନ । ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେ ବାଲେଶ୍ୱରର ସିମୁଳିଆରେ ନିର୍ବାଚନୀ ସଭା କରିବେ । ଏହା ପୂର୍ବରୁ ରାହୁଲ ବଲାଙ୍ଗିରରେ ବାଇକ ରାଲି କରିବା ସହ ଜନସଭାକୁ ସମ୍ବୋଧିତ କରିଥିଲେ ।

ଗତକାଲି ଭଦ୍ରକ ଓ ବାଲେଶ୍ୱରରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ସଭାକୁ ସମ୍ବୋଧିତ କରି ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ତେଣୁ ଆଜି ପ୍ରଚାରର ଶେଷ ଦିନରେ ନିଜ ପ୍ରଚାରକୁ ଶାଣିତ କରିବା ପାଇଁ କଂଗ୍ରେସ ପକ୍ଷରୁ ମଇଦାନକୁ ଓହ୍ଲାଉଛନ୍ତି ରାହୁଲ ଗାନ୍ଧୀ । ଏହାକୁ ନେଇ ବେଶ ଉତ୍ସାହିତ କଂଗ୍ରେସ ଶିବିର ।

ଗତକାଲି ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାରାଥନ ପ୍ରଚାର କରି ବିଜେଡି ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ । ମୋଦୀ ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ।

ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ସହ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟ ବିଜେଡି ଓ ବିଜେପି ପାଇଁ ବେଶ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ ।