Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା, ବନ୍ଧା ହେଲେ ୫ ଅଭିଯୁକ୍ତ

ଭୁବନେଶ୍ୱର: ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଅଭିଳାଷ ପଣ୍ଡା ଓ ତାଙ୍କ ସହ ଚାରି ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଏପରିକି ସେମାନଙ୍କ ଗାଡି ଭଙ୍ଗାରୁଜା ହୋଇଥିଲା ।

ସୂଚନା ଅନୁଯାୟୀ, ଗତକାଲି ଅଭିଳାଷ ପଣ୍ଡା ପ୍ରଚାର ସାରି ୪୦ରୁ ୫୦ ଜଣ କର୍ମୀଙ୍କ ସହ ଫେରୁଥିଲେ। ସେହି ସମୟରେ ଚାନ୍ଦବାଲି ସସିତାଦେଇପୁର ନିକଟରେ ୧୦୦ରୁ ଅଧିକ ବିଜେଡି କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏନେଇ ବାଂଶଡ଼ା ଥାନାରେ ଅଭିଯୋଗ କରିଥିଲେ ଅଭିଳାଷ। ଏହି ଘଟଣାର ପ୍ରତିବାଦରେ ବିଜେପି କର୍ମୀ ଓ ସମର୍ଥକମାନେ ଖପୁରିଆ ଛକରେ ରାସ୍ତାରୋକ କରିଥିଲେ।

ପୁଲିସ ଏହି ଘଟଣାରେ ୫ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାଯାଇଛି। ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ଆକ୍ରମଣ ପଛରେ ସ୍ଥାନୀୟ ବିଧାୟକ ବିଧାୟକ ବ୍ୟୋମକେଶ ରାୟଙ୍କ ହାତ ଥିବା ଭଳି ମନେ ହେଉଛି ବୋଲି ଅଭିଳାଷ ପଣ୍ଡା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ