ସୋର୍ଣ୍ଣା ସ୍କୁଲରୁ ଚୋରି ସାମଗ୍ରୀ କବାଡି ଦୋକାନ ରୁ ଉଦ୍ଧାର : ୨ ଗିରଫ


ଅତାବିରା – ଗତ ତା: ୧୫.୦୪.୨୦୨୩ ରିଖ ରାତିରେ ଦୁର୍ବୂତ୍ତ ମାନେ ବରଗଡ଼ ଜିଲା ଅତାବିରା ଥାନା ସୋର୍ଣ୍ଣ। ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ପ୍ରାୟ 1 କୁଇଣ୍ଟାଲ ଲୁହା ରଡ ଚୋରୀ କରି ନେଇଯାଇଥିଲେ l ଅତାବିରା ପୋଲିସ ସୋମବାର ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରିଛି l ପୋଲିସ ସୂତ୍ରରୁ ପ୍ରକାଶ ଯେ, ସେହି ସମ୍ବନ୍ଧେ ଉକ୍ତ ବିଦ୍ୟାଳୟ ର କମିଟି ଚେୟାରମେନ ପ୍ରମୋଦ ମହାପାତ୍ର ଙ୍କ ଅଭିଯୋଗ କ୍ରମେ ଅତାବିରା ଥାନା କେସ ନମ୍ବର-୧୫୨/୨୦୨୩ ରୁଜୁ ହୋଇଛି ଏବଂ ପୋଲିସ SI ରବୀନ୍ଦ୍ର କୁମାର ହେମ୍ବ୍ରମ ଙ୍କୁ ତଦନ୍ତ ଭାର ଦିଆହୋଇଥିଲା । ତଦନ୍ତ ସମୟରେ ସମସ୍ତ ଚୋରୀ ଲୁହା ରଡ କୁ କାବାଡୀ କପିଳଦେବ ଶର୍ମା ପିତା – ବାହାଦୁର ଶର୍ମା ଗ୍ରାମ – ଗୁରଖାପାଲି ଠାରୁ, ପୋଲିସ ଉଦ୍ଧାର କରିଛି । ଲୁହା ରଡ ଚୋରୀ କରିଥିବା ଆସାମୀ ଶୁଭମ ଶେଖର ମହାପାତ୍ର ପିତା – ପୁରୋଷୋତ୍ତମ ମାହାପାତ୍ର ଓ ସହଦତ ଅଲି ପିତା – ସ୍ବର୍ଗତ କାହାଙ୍ଗୀର ଅଲି ଉଭୟଙ୍କ ଗ୍ରାମ – ସ୍ୱର୍ଣ୍ଣା ଓ ଏବଂ ଚୋରୀ ସାମଗ୍ରୀ ଗ୍ରହଣ କରିଥିବା କପିଳଦେବ ଶର୍ମା କୁ , ପୋଲିସ ଗିରଫ କରିଛି ଏବଂ ଆଜି କୋର୍ଟ ଚାଲାଣ କରିଛି । ସେମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ଜେଲ ହାଜତ କୁ ପଠାହୋଇଛି ବୋଲି ଅତାବିରା ଥାନା ଆଇଆଇସି ଅନିଲ କୁମାର ପ୍ରଧାନ ଜଣାଇଛନ୍ତି l