Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ଥାୟୀ ମଣ୍ଡପରେ ଦୀର୍ଘ ୦୯ ଦିନ ପୂଜା ପାଇବା ପରେ ସ୍ଥାଇମନ୍ଦିର କୁ ଫେରିଲେ ମାଁ ଗାଙ୍ଗ

ପଟ୍ଟାଙ୍ଗି୩୧/୦୫ଦୀର୍ଘ ଏକ ସପ୍ତାହ ରୁ ଅଧିକ ଦିନ ଆସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା ପାଇ ସ୍ଥାଇ ମନ୍ଦିର କୁ ମାଁ ଗାଙ୍ଗମା ଫେରିଯିବା ପରେ ଅଞ୍ଚଳରେ ଏକ ପ୍ରକାର ସୁନସାନ୍ ହୋଇ ପଡିଛି ସମସ୍ତ ଜନଗହଳି ସ୍ଥାନ । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାର ସମସ୍ତ ଜନଗହଳି ସ୍ଥାନ ମାନଙ୍କରେ । ସୂଚନା ମୁତାବକ ବୈଶାଖ ମାସ ଶୁକ୍ଳ ଦ୍ୱାଦଶୀ ଇଂରାଜୀ ତାରିଖ ୨୦ ତାରିଖରୁ ଆରମ୍ଭ ହୋଇଥିବା ଗ୍ରାମ ଦେବୀ ମାଁ ଗାଙ୍ଗମା ଙ୍କ ନବ ରାତ୍ର ଘଟଯାତ୍ରା ଆରମ୍ଭ ହୋଇଥିବା ବେଳେ ଜଗନ୍ନାଥ ମନ୍ଦିର ସମୁଖରେ ରହିଥିବା ଆସ୍ଥାୟୀ ମଣ୍ଡପରେ ମାଁ ସମସ୍ତ ଗ୍ରାମବାସୀ ଙ୍କୁ ଦର୍ଶନ ଦେଇ ପୂଜା ପାଇଥିଲେ । ଏହି ସମୟରେ ମାଁ ଆସ୍ଥାୟୀ ମଣ୍ଡପକୁ ପ୍ରଥମ ଦିନ ବିଜେ କରି ଦ୍ୱିତୀୟ ଦିନ ନିଜ ମାତୃ ଘରକୁ ଭ୍ରମଣ କରିଥିଲେ । ମାଁ ଙ୍କ ଏହି ନବରାତ୍ର ଘଟଯାତ୍ରା ସମୟରେ ମାଁ ୦୪ଦିନ ବ୍ଲକ ସଦର ମହକୁମାର ୦୯ ଖଣ୍ଡ ଗ୍ରାମ ପରିକ୍ରମା କରି ଏକ ବର୍ଷ ଧରି ଅପେକ୍ଷା ରତ ଭକ୍ତ ଙ୍କ ଠାରୁ ପୂଜାର୍ଚ୍ଚନା ପାଇଥିବା ସହ ଅନେକ ମାନସିକ ଧାରି ନିଜ ନିଜ ମୁହୁର୍ତ୍ତବେଳା ସମୟ ଧାର୍ଯ୍ୟ କରି ମାଁ ଙ୍କୁ ଘଟହାଣ୍ଡି ପ୍ରଦାନ କରିଥିଲେ । ଯାହାକି ମାଁ ଙ୍କ ଏହି ଘଟଯାତ୍ରା ରେ ୭୩ଟି ଘଟହାଣ୍ଡି ଭକ୍ତଙ୍କ ଠାରୁ ମିଳିଥିଲା । ମାଁ ଙ୍କ ଏହି ନବରାତ୍ର ଘଟ ଯାତ୍ରା ସମୟରେ ସୁଦୂର ବ୍ରହ୍ମପୁର ରୁ ଆସିଥିବା ଅପେରା , ମେଲୋଡି ସହ ନବରଙ୍ଗପୁର ଜିଲ୍ଲା ତଥା ଅନ୍ୟାନ୍ୟ ବ୍ଲକ୍ ରୁ ଆଦିବାସୀ ନାଟକ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ସହ ମିନାବଜାର ମଧ୍ୟ ହୋଇଥିଲା । ଯେଉଁ ଥିରେ କି ମାଁ ନବରାତ୍ର ଘଟଯାତ୍ରା ପାଇଁ ପ୍ରତ୍ୟେକ ଘରେ ପହଞ୍ଚିଥିବା ବନ୍ଧୁବାନ୍ଧବ ଙ୍କ ସମାଗମ ହୋଇ ଉପଭୋଗ କରି ମଜା ଉଠାଇଥିଲେ । ଯାହା ବର୍ତ୍ତମାନ ମାଁ ସ୍ଥାଇ ମନ୍ଦିର କୁ ଫେରିଯିବା ପରେ ସମସ୍ତ ଘରୁ ବନ୍ଧୁବାନ୍ଧବ ନିଜ ନିଜ ଘରକୁ ଫେରିଯାଇ ଥିବା ସହ ଜନଗହଳି ସ୍ଥାନ ଏକ ପ୍ରକାର ସୁନ ସାନ୍ ହୋଇ ପଡିଛି । ଉକ୍ତ ଘଟଯାତ୍ରା ସମୟରେ ମାଁ ଙ୍କ ସ୍ଥାଇ ସଭାପତି ତଥା ତହସିଲଦାର ଦେବେନ୍ଦ୍ର ବାହଦୂର ସିଂ ଧାରୁଆ , ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ , ଥାନାଧିକାରୀ ଚତୁର୍ଭୁଜ ନାୟକ , ଯାତ୍ରା କମିଟି ସମ୍ପାଦକ ମାଧବ ପୂଜାରୀ , କୋଷାଧ୍ୟକ୍ଷ ପ୍ରଭାକର ସାହୁ , ପୂର୍ବତନ ସରପଞ୍ଚ ଭଗବାନ ଖରା , କୃଷ୍ଣଚନ୍ଦ୍ର ଜାନି ଙ୍କ ସମେତ ୦୯ ଖଣ୍ଡ ଗ୍ରାମର ମୁଖିଆ ମୁର୍ଜା ବତ ଏବଂ ୦୯ ଖଣ୍ଡ ଗ୍ରାମର ନାୟକ ଙ୍କ ସହ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ମାଁ ଙ୍କ ନବରାତ୍ର ଘଟଯାତ୍ରା କୁ ସୁପରିଚାଳନା କରି ଶାନ୍ତିଶୃଙ୍ଖଳା ବଜାୟ ରଖିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ