Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ବ୍ରାହ୍ମଣ ଦେବୀ ଯାତ୍ରା : ମା ଙ୍କ ଆଗମନ ବାପଘର ତରଫରୁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା -୧୭/୪-ବେଲଗୁଣ୍ଠାର ପ୍ରସିଦ୍ଧ ମାଁ ବ୍ରାହ୍ମଣ ଦେବୀ ଯାତ୍ରା -୨୩ ପାଇଁ ମାଁ ବ୍ରାହ୍ମଣ ଦେବୀ ଆସନ୍ତା ୨୩ ତାରିଖ ରବିବାର ବେଲଗୁଣ୍ଠା ଆଗମନ କରିବେ ।
ଆଉ ମାତ୍ର ୬ ଦିନ ଥିବା ବେଳେ ଏଥିପାଇଁ ମାଁ ଙ୍କ ବାପଘର କୋଳି ସାହି ଯାତ୍ରା କମିଟି ତରଫରୁ ମାଁ ଙ୍କ ନିମନ୍ତ୍ରଣ ପାଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୨୩ ତାରିଖ ସଂଧ୍ୟା ବେଳେ କୋଳି ସାହି କମିଟି ତରଫରୁ ଏକ ବିରାଟ ଶୋଭାଯାତ୍ରା ବାହାରି କୋଳି ସାହି, କଂସାରୀ ସାହି ଛକ, ନୃସିଂହ ମନ୍ଦିର, ବଡ଼ଦାଣ୍ଡ ଦେଇ ମାଁ ଙ୍କ ମନ୍ଦିରରେ ପହଞ୍ଚିବେ । ସେଠାରେ ମାଁ ଙ୍କୁ ମାଜଣା ଓ ପୂଜାର୍ଚ୍ଚନା ପରେ ବେହେରା ଶ୍ରୀ ଦେବରାଜ ମାଁ ଙ୍କ ଆଜ୍ଞାମାଳ ପାଇବାପରେ ମାଁ ବ୍ରାହ୍ମଣ ଦେବୀ ବେଲଗୁଣ୍ଠା ଅଭିମୁଖେ ଯାତ୍ରା କରିବେ ।ସେଠାରୁ ଭଗବତ ପାଟଣା,ଚଷା ସାହି, ପଣ୍ଡା ସାହି, ଶାସନ ସାହି, କଂସାରୀ ସାହି ଓ କୋଳି ସାହି ଦେଇ ଅସ୍ଥାୟୀ ପୀଠରେ ବିରାଜମାନ କରିବାର କାର୍ଯ୍ୟକ୍ରମ ରହିଛି ।ପରେ ସାତ ଦିନ ମଧ୍ୟରେ ମାଁ ବ୍ରାହ୍ମଣ ଦେବୀ ମୃଣ୍ମୟୀ ପ୍ରତିମା ତିଆରି ହେବା ପରେ କୋଳି ସାହି ତରଫରୁ ପ୍ରଥମ ନଗର ପରିକ୍ରମା କରାଯିବା ନେଇ ସୂଚନା ମିଳିଛି ।ଏଥିପାଇଁ କମିଟି ସଭାପତି ଲୋକନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଜରିଆରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରାଧାକୃଷ୍ଣ ସ୍ୱାଇଁ, ସମ୍ପାଦକ ବିଭୁତି ପାତ୍ର, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, ଉପଦେଷ୍ଟା ଦିଲ୍ଲୀପ ଆଚାରୀ, ରଜନୀ ମହାପାତ୍ର, ପୁରୋହିତ ପଞ୍ଚାନନ ପତି,ଚନ୍ଦନ କୁମାର ସାହୁ, ଶୁଭାଶିଷ ସାହୁ,ଟିଟୁ ସାମଲ,ବାପ, ସଦାଶିବ ପାଣିଗ୍ରାହୀ, ଗୁରୁଦେବ ସାହୁ,ମନୋଜ ମହାରଣା ପ୍ରମୁଖ ଉପସ୍ଥିତ ରହି ଯାତ୍ରା କିପରି ସୁଚାରୁ ରୂପେ ସମ୍ପାଦନ ହେବ ଆଲୋଚନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ