ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ


ବଲାଙ୍ଗୀର: ମହିଳାଙ୍କୁ ମାରି ନଦୀ ପଠାରେ ପୋତି ଦିଆଯାଇଥିବା ଅଭିଯୋଗ । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କେନକେବା ବ୍ରିଜ ନିକଟରେ । ଲାହାନ୍ତ ନଦୀ ପଠାରେ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ ।

ଆଜି ସକାଳେ ସ୍ଥାନୀୟ ଲୋକେ ଶୌଚ ପାଇଁ ନଦୀକୁ ଯାଇଥିଲେ । ଏହି ସମୟରେ ନଦୀ ପଠାରେ ମହିଳାଙ୍କ ଚୁଡ଼ି ଓ ଗୋଡ଼ ମୁଦି ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ସ୍ଥାନୀୟ ପୋଲିସକୁ ଖବର ଦେିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି, ମାଟି ଖୋଳିବା ପରେ ସେଥିରୁ ମହିଳାଙ୍କ ମୃତଦେହ ବାହାରିଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କରି ମାଟି ତଳେ ପୋତି ଦେଲା ତାହା ଜଣାପଡିନି ।