Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁକ୍ତ ୨ କଲେଜ ଟପର ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ଲକ୍ଷ୍ମୀପୁର ୦୨/୦୬ .. ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ୨୦୨୪ ବର୍ଷର ଉଚ୍ଚ ମାଧ୍ୟମିକ ପରିଷଦ ଦ୍ୱାରା କରାଯାଇଥିବା ଯୁକ୍ତ ଦୁଇ ପରୀକ୍ଷାରେ ବିଭିନ୍ନ ବର୍ଗରେ ସର୍ବୋଚ୍ଚ ମାର୍କ ରଖିଥିବା ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ପରମେଶ୍ଵର ସାହୁ ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଯୁଧିଷ୍ଠିର ବାଘ ଯୋଗ ଦେଇ ଟପ୍ପର ମାନଙ୍କୁ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ। ଯୁକ୍ତ ୨ କଳା ବିଭାଗରେ ଅଷ୍ଟ ମିଣିଆକା ୪୬୬, ବିଜ୍ଞାନରେ ସୁଭମ ସାହୁ ୪୦୬ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ ଈପସିତା ଗରଡା ୪୧୫ ମାର୍କ ରଖି ଟପ୍ପର ହୋଇ ମହାବିଦ୍ୟାଳୟ ପାଇଁ ଗୌରବ ହାସଲ କରିଛନ୍ତି। ଏହି ଅବସରରେ ଟପ୍ପର ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ସଭାରେ ଅଧ୍ୟାପିକା ମୌତୁସୀ ପ୍ରଧାନ, ଅଧ୍ୟାପକ ଯଶୋବନ୍ତ ଗରଡା, ତାରିଣୀ ପ୍ରସାଦ ଶତପଥୀ, ଶୀତଳ ପ୍ରସାଦ ଦାସ, ବରିଷ୍ଠ କିରାଣୀ କିଶୋର ଚନ୍ଦ୍ର ବିଶୋୟୀ, ଡିଇଓ ଚନ୍ଦନ ସାହୁ ଓ ଅନ୍ଯାନ୍ଯ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଡଃ ଜଗନ୍ନାଥ ରଥ ପରିଚାଳନା କରିଥିଲେ।