Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜନାଦେଶ ୨୦୨୪: ବିଧାନସଭାର ପ୍ରାରମ୍ଭିକ ଟ୍ରେଣ୍ଡ, ବିଜେଡି ୮ ଓ ବିଜେପି ୪ ସିଟରେ ଆଗୁଆ

ଭୁବନେଶ୍ୱର: ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍ ଗଣତି । ବିଧାନସଭାରେ ନିର୍ବାଚନ ପ୍ରଚାର ବେଳେ ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଆଉ ଭୋଟ୍ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ ହୋଇ ଯାଇଛି । ୧୪୭ ବିଧାନସଭାରୁ ୧୨ଟିର ଚିତ୍ର କିଛିଟା ସାମ୍ନାକୁ ଆସିଛି । ଏଥିରେ ବିଜେଡି ୮ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୪ଟି ସିଟରେ ଆଗୁଆ ରହିଛି । କଂଗ୍ରେସ ଏ ପର୍ଯ୍ୟନ୍ତ କୌଣସି ଆସନରୁ ଆଗରେ ନାହିଁ ।

ଜାତୀୟ ଗଣମାଧ୍ୟମର ଏକଜିଟ୍ ପୋଲ ଅନୁଯାୟୀ, ବିଜେଡି ଅଧିକ ସିଟ୍ ହରାଉଥିବା ବେଳେ ବିଜେପି ଭଲ ପ୍ରଦର୍ଶନ କରି ୫୦ର ଅଧିକ ଆସନ ଜିତିବ । ତେବେ ଭୋଟ୍ ଗଣତି ଆରମ୍ଭ ହେବା ସହିତ ଚିତ୍ର ଆସିବାରେ ଲାଗିଛି । କଡା ଟକ୍କର ହେବାର ପୁରା ସମ୍ଭାବନା ରହିଛି । ୧୪୭ ବିଧାନସଭାରୁ ସଂଖ୍ୟା ଗରିଷ୍ଠତା ପାଇଁ ଦରକାର ୭୪ ସିଟ୍ ।