Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ବି ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ

ସମ୍ବଲପୁର: ଏବେ ବି ସମ୍ବଲପୁରରେ ସ୍ଥିତି ସ୍ବାଭାବିକ ହୋଇନି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣି ୨୪ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଯାହା ଫଳରେ ସମ୍ବଲପୁରବାସୀ  ଆଜି ବି ଇଣ୍ଟରନେଟ୍ ସେବା ପାଇବାରୁ ବଞ୍ଚିତ ରହିବେ ।   ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି  ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଇଣ୍ଟରନେଟ୍ ସେବା ବ୍ୟାଘାତ ଯୋଗୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି ।

ପୂର୍ବ ଘୋଷଣା ଅନୁଯାୟୀ ଆଜି ଦିନ ୧୦ଟାରେ ଇଣ୍ଟରନେଟ୍ ସେବାରୁ ପୂର୍ବ ପରି ଜାରି ହୋଇଥାନ୍ତା। ହେଲେ ପରିସ୍ଥିତିରେ ସୁଧାର ଆସି ନଥିବା ଯୋଗୁ କଟକଣା ଅବଧକୁ ପୁଣି ଥରେ ବଢାଇ ଦିଆଯାଇଛି। ତେବେ ଆଜିକୁ ମିଶାଇ ଦୀର୍ଘ ୫ ଦିନ ହେବ ସହରବାସୀ ଇଣ୍ଟରନେଟ୍ ସେବାରୁ ବଞ୍ଚିତ ହୋଇଛନ୍ତି ।

ସୂଚନାଥାଉ କି, ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ପରିସ୍ଥିତି ଅଶାନ୍ତ ହୋଇପଡ଼ିଥିଲା । ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଇଣ୍ଟରନେଟ ସେବା ବନ୍ଦ କରିବା ସହ କର୍ଫ୍ୟୁ ଘୋଷଣା କରିଥିଲେ।

ତେବେ ଆଜି କର୍ଫ୍ୟୁକୁ ଅଧିକ  କୋହଳ କରାଯାଇଛି। ସକାଳ ବେଳା ୬ ଘଣ୍ଟା ଏବଂ ଅପରାହ୍ଣରେ ଅଢ଼େଇ ଘଣ୍ଟା ପାଇଁ କୋହଳ କରାଯାଇଛି କର୍ଫ୍ୟୁ  ।