Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଦୀପ ପାଣିଗ୍ରାହୀଙ୍କ କଥା ସତ ହେଲା:ରଖିଲେ ଗଞ୍ଜାମ ଇତିହାସ,ଏବେ ଗଞ୍ଜାମରେ ନବୀନ ଏକା

ବ୍ରହ୍ମପୁର:ଗୋପାଲପୁର ବିଧାୟକ ତଥା ପୁର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଯାହା କହିଥିଲେ ତାହା ସତ ପ୍ରମାଣିତ ହେଲା।ପ୍ରଦୀପ କହିଥିଲେ ମୁଁ ବିଜେଡିକୁ ମାଟି ଛୁଆଁଇ ଦେବିନି।ତାହାବି ନିର୍ବାଚନ ଫଳାଫଳ ଦେଖାଇଦେଲା। ଗଞ୍ଜାମ ଜିଲ୍ଲା ବିଧାନସଭା ନିର୍ବାଚନ ଫଳାଫଳରେ ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟିରେ ବିଜେପି ବିଜୟ ଲାଭ କରିଥିବା ବେଳେ ବିଜେଡ଼ି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ବିଜୟ ଲାଭ କରି ସନ୍ତୁଷ୍ଟ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲାରେ କେବଳ ମୁଖ୍ୟମନ୍ତ୍ରୀ ଅଳ୍ପ କିଛି ଭୋଟରେ ଜିତି ନିଜେ ଧୁଲି ଚାଟିଛନ୍ତି।
ଏହି ଜିଲ୍ଲାର ୧୩ ଆସନରୁ କ୍ରମାଗତ ଭାବେ ଏହି ୧୧ ଜଣ ବିଜେପିରୁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ
ବ୍ରହ୍ମପୁର-କେ.ଅନିଲ କୁମାର,
ଗୋପାଳପୁର ବିଭୂତି ଜେନା ,
ଦିଗପହଣ୍ଡି ସିଦ୍ଧାନ୍ତ ମହାପାତ୍ର,
ଚିକିଟି ମନୋରଞ୍ଜନ ସାମନ୍ତରାୟ,
ଛତ୍ରପୁର କୃଷ୍ଣଚନ୍ଦ୍ର ନାୟକ,
ଖଲ୍ଲିକୋଟ ପୂର୍ଣ୍ଣଚନ୍ଦ୍ର ସେଠୀ,
କବିସୂର୍ଯ୍ୟ ନଗର ପ୍ରତାପ ନାୟକ,
ପୋଲସରା ଗୋକୁଳନନ୍ଦ ମଲ୍ଲିକ,
ସୋରଡ଼ା ନୀଳମଣି ବିଷୋୟୀ,
ଆସ୍କା ସୋରାଜ କୁମାର ପାଢୀ ଓ
ଭଞ୍ଜନଗର ପ୍ରଦ୍ୟୁମ୍ନ ନାୟକ ବିଜେପିରୁ ଜିତି ଗଞ୍ଜାମ ଜିଲ୍ଲାରେ ନୂଆଁ ଇତିହାସ ରଖିଲେ।
ଅନ୍ୟପଟେ ସାନଖେମୁଣ୍ଡି ରୁ ରମେଶ ଜେନା (କଂଗ୍ରେସ) ରୁ ଜିତିଥିବା ବେଳେ
ହିଞ୍ଜିଳିକାଟୁରୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(ବିଜେଡି) ଟିକଟରୁ ଜିତିଛନ୍ତି।
ତେବେ ସବୁଠୁ ବଡ ଖବର ହେଉଛି ପ୍ରଦୀପ ଯାହା କହିଥିଲେ ତାହାହିଁ ଦେଖାଇ ଦେଇ ଜିଲ୍ଲାର ୨ ଲୋକସଭା ଆସନ ବିଜେଡି ହାତରୁ ଛଡାଇ ଆଣି ସମଗ୍ର ଦେଶ ଓ ଓଡିଶାରେ ନିଜ ନେତୃତ୍ୱର ନୂଆଁ ପ୍ରତିବିମ୍ବ ତୋଲି ଅମଳାତନ୍ତ୍ର ଶାସନରୁ ଓଡିଶାକୁ ମୁକ୍ତ କରିବାକୁ ଏକ ବଡ ସଫଳତା ଦେଖାଇଛନ୍ତି। ବ୍ରହ୍ମପୁର ଭଳି ସିଲ୍କ ସିଟିରେ ଲୋକସଭା ସାଂସଦ ଭାବେ ନିଜେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ବିଜୟ ଲାଭ କରିଥିବା ବେଳେ
ଆସିକାରୁ ବିଜେପି ସାଂସଦ ପ୍ରାର୍ଥୀ ଅନିତା ପ୍ରିୟଦର୍ଶିନୀ ବିଜୟ ଲାଭ କରିଛନ୍ତି। ଗଞ୍ଜାମ ଜିଲ୍ଲାର ପୁର୍ବତନ ଜିଲ୍ଲାପାଳ ଭି.କେ.ପାଣ୍ଡିଆନଙ୍କ ଜନ ଶୁଣାଣି ବିରୋଧରେ ଗଞ୍ଜାମ ଜିଲ୍ଲା ଏକ ହୋଇ ନୂଆଁ ଗଣତନ୍ତ୍ର ପ୍ରତିଷ୍ଠାର ବାଟ ଦେଖାଇଥିବା ନେଇ ସେଠାକାର ଭୋଟର କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ