Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଅତିଥି ହେବେ ସଫେଇ କର୍ମଚାରୀ, କିନ୍ନର ଓ ଶ୍ରମିକ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତୀ ହେବାକୁ ଯାଉଛନ୍ତି । ରବିବାର ୯ ତାରିଖରେ ହେବ ଭବ୍ୟ ଶପଥ ଗ୍ରହଣ ଉତ୍ସବ । ସମାରୋହରେ ଅନେକ ବିଦେଶୀ ରାଷ୍ଟ୍ର ନେତାଙ୍କୁ ନିମନ୍ତ୍ରଣ କରାଯାଇ ଥିବାବେଳେ ସ୍ୱତନ୍ତ୍ର ଅତିଥି ତାଲିକାରେ ଅଛନ୍ତି ସଫେଇ କର୍ମଚାରୀଙ୍କ ସମେତ କିନ୍ନର ଓ ଶ୍ରମିକ । 

ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟରେ କାମ କରୁଥିବା ପରିମଳ କର୍ମଚାରୀ, କିନ୍ନର ଏବଂ ଶ୍ରମିକମାନଙ୍କୁ ନିମନ୍ତ୍ରଣ କରାଯାଇଛି । ବନ୍ଦେ ଭାରତ ଓ ମେଟ୍ରୋ ଟ୍ରେନରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀ, କେନ୍ଦ୍ର ସରକାରଙ୍କ ଯୋଜନାର ହିତାଧିକାରୀ ଏବଂ ବିକଶିକ ଭାରତ ଆମ୍ବାସଡରମାନେ ମଧ୍ୟ ରବିବାର ଶପଥ ଉତ୍ସୋବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । 

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂହେଙ୍କୁ ପୂର୍ବରୁ ନିମନ୍ତ୍ରଣ ହୋଇଛି । ସମାରୋହରେ ୮ ହଜାରରୁ ଅଧିକ ଅତିଥି ଯୋଗଦେବେ ବୋଲି ଜଣାପଡିଛି । ଏଥିପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ