Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାରଳାଖେମୁଣ୍ଡି ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ “କୀର୍ତ୍ତିକିରୀଟ କୃଷ୍ଣଚନ୍ଦ୍ର ଗଜପତି” ପୁସ୍ତକ ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୯/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରାଜଦାଣ୍ଡ ସାହି ସ୍ଥିତ ବିଶ୍ଵନାଥ ଫଙ୍କସନ ହଲ ସମ୍ମିଳନୀ କକ୍ଷ ଠାରେ ଆଜି ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ସିଦ୍ଧାନ୍ତ” ପକ୍ଷରୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ନିର୍ମାତା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଆତ୍ମଜୀବନୀ ଓ ସାମଗ୍ରିକ କୃତୀ ଉପରେ ଆଧାରିତ “କୀର୍ତ୍ତିକିରୀଟ କୃଷ୍ଣଚନ୍ଦ୍ର ଗଜପତି ପୁସ୍ତକ ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର , ସମୀକ୍ଷକ ଓ ସାହିତ୍ୟିକ ମାନଙ୍କ ଦ୍ଵାରା ଲୋକାର୍ପିତ ହେବା ସହ ଏକ ସ୍ବତନ୍ତ୍ର ସାରସ୍ଵତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ ପୁସ୍ତକ ଲୋକାର୍ପଣ ସମାରୋହ କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ ଅନ୍ନପୂର୍ଣ୍ଣା ଦେବୀଙ୍କ ସଭାପତିତ୍ବରେ ଉଦଘାଟକ ଭାବେ ଗଜପତି ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଯୋଗ ଦେଇ ପାରଳା ମହାରାଜାଙ୍କ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ପ୍ରତି ରହିଥିବା ଅବଦାନ ସମ୍ପର୍କରେ କହିଥିଲେ ।
ସେହିଭଳି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର ଓ ସମୀକ୍ଷକ ଶ୍ରୀ ଦାଶ ବେନହୁର ଯୋଗଦେଇ କୀର୍ତ୍ତିକିରୀଟ କୃଷ୍ଣଚନ୍ଦ୍ର ଗଜପତି ପୁସ୍ତକର ଲେଖକ ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦୀର୍ଘମୟ ସାଧନା ବଳରେ ରଚନା ହୋଇଥିବା ପୁସ୍ତକ ଓ ତାଙ୍କୁ ଭୂୟସୀ ପ୍ରଶଂସା କରି ଏହି ପୁସ୍ତକ ଏକ ଶୁଦ୍ଧ ଓ ପ୍ରାମାଣିକ ଗ୍ରନ୍ଥ ଏବଂ ଏହି ପୁସ୍ତକକୁ ଓଡ଼ିଆ ଜାତି ଏହାକୁ ମୁଣ୍ଡାଇ ଧରିବା ଉଚିତ୍ । ଭାଷାଭିତ୍ତିକ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ସର୍ବାଗ୍ରେ । ଓଡ଼ିଶାର ସମସ୍ତ ରୂପରେଖ ପ୍ରସ୍ତୁତ କରି ସେ ଗର୍ବ ଓ ଗୌରବର ବାନା ଉଡ଼ାଇଥିଲେ । ଓଡ଼ିଶାର ଜନ ଜୀବନରେ ଅବଦାନ ପୂର୍ଣ୍ଣ ଏହି ଯୁଗଜନ୍ମାଙ୍କୁ ସମ୍ପୂର୍ଣ ଭାବେ ଅବହେଳିତ କରାଯାଇଛି । ଏହାକୁ ସମ୍ପୂର୍ଣ ଭାବେ ଜନାଦୃତ କରିବା ପାଇଁ ଏହାଙ୍କ ଉପରେ ସାରା ଓଡ଼ିଶାରେ ଡିବେଟ ହେବା ଉଚିତ୍ ଏବଂ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଏ ସମ୍ପର୍କରେ ପ୍ରବେଶ କରାଯିବା ଉପରେ ଯୁକ୍ତି ବାଢ଼ି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଶାସକ ଭାବେ ଜଣେ ଚମତ୍କାର ଓ ଆଦର୍ଶ ବ୍ୟକ୍ତିତ୍ଵ ଥିଲେ ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୁସ୍ତକର ଲେଖକ ତଥା ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଭୁବନେଶ୍ୱର ବିଜେବି: ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ ଶୁଭ୍ରାଂଶୁ କୁମାର ବେହେରା ଏବଂ ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅସିତ୍ କୁମାର ମହାନ୍ତି ପ୍ରମୁଖ ମଞ୍ଚାସିନ ତଥା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଆତ୍ମଜୀବନୀ ଓ କୀର୍ତ୍ତି କୃତିତ୍ଵର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଭାଷାଭିତ୍ତିକ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ କହିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ମନସ୍ମିତା ପାତ୍ର ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ବରେ ଓଡ଼ିଶୀ ନୃତ୍ୟଶିଳ୍ପୀ ତନୀଷା ବେବର୍ତ୍ତା ଓଡ଼ିଶୀ ନୃତ୍ୟ ଓ କୁଚିପୁଡି ନୃତ୍ୟଶିଳ୍ପୀ ବାଲିକାନା ଖାନ୍ସିକାଙ୍କ ଦ୍ଵାରା କୁଚିପୁଡ଼ି ନୃତ୍ୟ ପରିବେଷଣ କରା ଯାଇଥିଲା ।କାର୍ଯ୍ୟକ୍ରମରେ ପୁରୀ ସିଂହାରୀ ଶ୍ୟାମସୁନ୍ଦର ଘରାନାର ସଙ୍ଗୀତ ବିଶାରଦ ତଥା ଜିଲ୍ଲା ପଶୁସମ୍ପଦ ବିଭାଗର ଉପନିର୍ଦ୍ଦେଶକ ଡ଼ାଃ ବିଧ୍ୱତ ଶେଖର ମିଶ୍ର ଏବଂ ଜୟପୁର ଆକାଶବାଣୀ\’ର ସ୍ଵୀକୃତିପ୍ରାପ୍ତ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଜିଲ୍ଲା ମହିଳା ଓ ଶିଶୁ ବିଭାଗର ଅନୁବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ବି: କୋମଳାଙ୍ଗିଙ୍କ ଦୈତ କଣ୍ଠରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।
ସଭା କାର୍ଯ୍ୟକ୍ରମ ଶେଷରେ ମଞ୍ଚାସିନ ଅତିଥି ମାନଙ୍କୁ ସ୍ମାରକୀ ପ୍ରଦାନ କରିଥିଲେ ଅନୁଷ୍ଠାନର ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଏବଂ ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ । ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀମତୀ ଆଶାଲଟା ପାଣିଗ୍ରାହୀ ।ସମସ୍ତ କାର୍ଯ୍ୟକ୍ରମକୁ “ସିଦ୍ଧାନ୍ତ” ସାହିତ୍ୟ ଅନୁଷ୍ଠାନର ଶ୍ରୀ ଭାରତ ଭୂଷଣ ମହାନ୍ତି , ହିରାଚାନ୍ଦ୍ ପଟନାୟକ , ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ଶରତ ସାହୁ , ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଏବଂ ଶ୍ରୀ ବିଷ୍ଣୁ ପଣ୍ଡା।

More Stories