Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ଟ ସର୍କିଟରୁ ପୋଡ଼ିଗଲା ଦୁଇ ମୋଟରସାଇକେଲ

ସର୍ଟ୍ ସର୍କିଟ୍ ରୁ ପୋଡିଗଲା ଦୁଇ ମୋଟରସାଇକେଲ୍
ବେଲଗୁଣ୍ଠା,18/04, ଆଜି ସର୍ଟ୍ ସର୍କିଟ୍ ରୁ ବେଲଗୁଣ୍ଠାରେ ଦୁଇଟି ମୋଟରସାଇକେଲ୍ ପୋଡ଼ିଯାଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆଜି ଅପରାହ୍ଣ ଚାରି ଘଣ୍ଟ କୋଡ଼ିଏ ମିନିଟ୍ ସମୟରେ ବେଲଗୁଣ୍ଠା ବ୍ଳକ୍ ଛକରେ ଥିବା ସୁନୀଲ୍ ବାଇକ୍ ପଏଣ୍ଟ୍ ରେ ମାଲିକ ସୁନୀଲ୍ ଗୌଡ଼ ଏକ ନାଲି ରଙ୍ଗର ବଜାଜ୍ ପଲ୍ସର୍ ବାଇକ୍ ସଜାଡୁଥିବା ବେଳେ ହଠାତ୍ ସର୍ଟ୍ ସର୍କିଟ୍ ଯୋଗୁଁ ଗାଡିଟିରେ ନିଆଁ ଲାଗିଯାଇଥିଲା I କ୍ରମେ ଏହି ନିଆଁ ପାଖରେ ଥିବା ଏକ ହିରୋ ଗ୍ଲାମର୍ ଗାଡିକୁ ମଧ୍ୟ ଲାଗିଯାଇଥିଲା I ସାଙ୍ଗେ ସାଙ୍ଗେ ବାଇକ୍ ପଏଣ୍ଟ୍ ର କର୍ମଚାରୀମାନେ ଊପସ୍ଥିତ ବୁଦ୍ଧି ଖଟାଇ ବାଇକ୍ ସର୍ଭିସିଂ ପାଇପ୍ ରେ ପାଣି ପକାଇ ନିଆଁକୁ ଆୟତ କରି ନିଶ୍ଚିତ ରୂପେ ଏକ ବଡ଼ ଧରଣର ଦୂର୍ଘଟଣାକୁ ରୋକି ଦେଇପାରିଥିଲେ I ଅଗ୍ନିକାଣ୍ଡରେ ବାଇକ୍ ଦୁଇଟିର ଶତକଡ଼ା ଚାଳିଶ ପ୍ରତିଶତ ଅଂଶ ପୋଡ଼ିଯାଇଥିବା ବେଳେ କୌଣସି ମୃତାହତ ହୋଇନଥିବା ଜଣାପଡ଼ିଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ