Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ମୁତ୍ୟାଲୁମାଁ ଙ୍କ ଘଟଯାତ୍ରା ଆରମ୍ଭ….ଥାନା ନିଆଁ ସକାଶେ ଓଡିଶା ପ୍ରସିଦ୍ଦ ଘଣ୍ଟ ଯାତ୍ରା..୯ଦିନ ଧରି ଅନୁଷ୍ଟିତ ହେବ ଯାତ୍ରା…

ଲକ୍ଷ୍ମୀପୁର୧୮.୦୪ …ଲକ୍ଷ୍ମୀପୁର ର ଅଧିଷ୍ଟାତ୍ରୀ ଦେବି ଶ୍ରୀ ମୁତ୍ୟାଲୁମାଁ ଙ୍କ ନବଦିନ ବ୍ୟାପି ଘଟଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଛି।ଏହି ଯାତ୍ରା ନଅ ଦିନ ଧରି ଅନୁଷ୍ଟିତ ହେବ।ଚୈତ୍ର ମାସ ଆସିଗଲେ କୋରାପୁଟ ଜିଲ୍ଲାର ଗାଁଗାଁରେ ଗ୍ରାମଦେବିଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ।ଏହି ପରମ୍ପରା କାହିଁ କେଉଁ ଅନାଦି କାଳରୁ ଚଳି ଆସୁଛି।ଯାତ୍ରା ଆସିବା କ୍ଷଣି ପ୍ରତ୍ୟେକ ଗାଁ ଗୁଡିକ ଉସ୍ଛବ ମୁଖର ହୋଇ ଉଠେ। ଚଳିତ ବର୍ଷ   ଧୁମଧାମ୍ ରେ ଯାତ୍ରା ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି।କୋରାପୁଟ ଜିଲ୍ଲାରେ ପ୍ରଥମେ ଚୈତ୍ର ମାସରେ ମାଁ ଅଗ୍ନି ଗାଙ୍ଗାମାଙ୍କ ପିଠ ବନ୍ଧୁଗାଁ ବ୍ଲକ ନିଲାବାଡି ଗାଁରୁ ଘଣ୍ଟ ଯାତ୍ରା ଆରମ୍ଭ ହୋଇଥାଏ।ନିଲାବାଡି ଠାକୁରାଣିଙ୍କ ଘଟ ଯାତ୍ରା ସରିବା ପରେ ଜିଲ୍ଲାର ପ୍ରାୟ ଅଧିକାଂଶ ଗାଁରେ ଗ୍ରାମ ଦେବିଙ୍କ ଯାତ୍ରା ଅନୁଷ୍ଠିତ ହୁଏ। ଲକ୍ଷ୍ମୀପୁର ବ୍ଲକ ସଦରର ଅଧିଷ୍ଠାତ୍ରୀ ଦେବି ମାଁ ମୁତ୍ୟାଲୁମାଙ୍କ ନବ ଦିନ ଧରି ଘଟ ଯାତ୍ରା କିନ୍ତୁ ସମ୍ପୁର୍ଣ ନିଆରା ହୋଇଥାଏ।ବହୁ ପୁରୁଣା କାଳରୁ ଚାଲି ଆସୁଥିବା ଏହି ଯାତ୍ରା ରେ  ୮ଟି ଘଣ୍ଟ ସହ ଗୋଟିଏ ଫୁଲ ପରଡା ପ୍ରତ୍ୟକ ଦିନ ଗାଁ ପରିଭ୍ରମଣ କରିବା ,ନିଆଁ ମାଡିବା,କଣ୍ଟା ଦୋଳିରେ ବସିବା,ଉତପ୍ତ ଶାବଳକୁ ତେଲ ରେ ଧୋଇବା,ଚାଷି ଙ୍କ ଉଦେଶ୍ୟରେ ବିହନ ବଣ୍ଟନକରିବା,ବାଘ ବେସରେ ଗ୍ରାମ୍ୟ ପରିଭ୍ରମଣ କରିବା  ଭଳି ବିଭିନ୍ନ ଚକିତ କାରନାମା ଗୁଡିକ ମାଁ ଙ୍କ ଅଲୌକିକ ଶକ୍ତିଦ୍ବାରା କରାଯାଉଥିବା ବେଳେ ରାଜ୍ୟ ପ୍ରସିଦ୍ଦ ଥାନା ନିଆ ସବୁ ବର୍ଷ ଚର୍ଚା ରେ ରହିଥାଏ ।ଚଳିତ ବର୍ଷ ଯାତ୍ରା ଆରମ୍ଭ ଦିନ ହିଁ  ହଜାର ହଜାର ଭକ୍ତ ଙ୍କ ର ଭିଡ ହୋଇଥିଲା।ନଅ ଦିନ ଧରି ଠାକୁରାଣି ଘର ଘର ବୁଲି ଭୋଗ ଗ୍ରହଣ କରିବେ,ଫଳରେ ଭକ୍ତଙ୍କ ମହଲରେ ଏବେ ଖୁସିର ଲହରି ଖେଳି ଜାଇଛି।ସୋମବାର ଦିନ ପୁଜାରି ଘରୁ ବିରାଟ ପଟୁଆର ରେ ମାଁ ଙ୍କ ମୁଖ୍ୟ ମନ୍ଦିରରେ ପହଞ୍ଚି ସେଠାରେ ପୁଜାପାଠ କରାଯାଇ ମାଙ୍କୁ ଅସ୍ଥାୟୀ ମନ୍ଦିରକୁ ଅଣା ଗଲା ବେଳେ ମନ୍ଦିର ପାଖରେ ଭକ୍ତଙ୍କ ପ୍ରବଳ ଗହଳି ପରିଲିକ୍ଷିତ ହୋଇଥିଲା।ବାଜା ବାଜଣା ସହ ବାଣ ଫୁଟା ଶବ୍ଦରେ ମନ୍ଦିର ପାଖ କମ୍ପି ଉଠିଥିଲା। ଲକ୍ଷ୍ମୀପୁର ଥାନା ତରଫରୁ ପୋଲିସ ମୃତୟନ କରାଜାଇଥିବା ବେଳେ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ମାଁ ଙ୍କୁ ବରଣ କରାଯାଇ ଅସ୍ତାୟୀ ମଣ୍ଡପ ରେ ରଖାଯାଇଥିଲା।ମଙ୍ଗଳବାର ଦିନ ମା ବିଶ୍ରାମ ନେବେ ବୁଧବାର ଠାରୁ ଘର ଘର ବୁଲିବା ଆରମ୍ଭ ହେବ।ଏନେଇ ମନ୍ଦିର ପାଖରୁ ବଜାର ପର୍ଯ୍ୟନ୍ତ ରାସ୍ତାର ଦୁଇ କଡରେ ସୁନ୍ଦର ଆଲୋକ ସଜ୍ଜାରେ ସଜ୍ଜିତ କରାଜାଇଥିବା ବେଳେ ଅନ୍ଧାର ହେବା ମାତ୍ରକେ ପୁରା ରାସ୍ତା ଝଲସି ଉଠୁଚି।ଚଳିତ ବର୍ଷ କମିଟିକୁ ପରିବର୍ତନ କରାଯାଇଛି,ନୂତନ କମିଟିରେ ସଭାପତି ଭାବେ ପଞ୍ଚାନନ ଟାକ୍ରୀ ଙ୍କୁ ରଖାଯାଇଥିବା ବେଳେ ରହିଥିବା ବେଳେ ସଂମ୍ପାଦକ ଭାବେ ରଞ୍ଜନ ସୁଚେନ,କୋଷାଧ୍ୟକ୍ଷ ଏ.ରମେଶ କୁମାର ରହିଥିବା ବେଳେ କମିଟିରେ ,ଚିଣ୍ଟୁ ବିଡିକ୍,ସନ୍ତୋଷ ବାଗ୍,ବିଭୁତି ଖରା,କୁନା ବିଡିକ୍ ଭକ୍ତ ଖରା,ମନୋଜ ସାହୁ,ସିମାଞ୍ଚଳ ବୈପାରି ,ଚନ୍ଦନ ସାହୁ,ବଳିଆ ସାହୁ ଙ୍କ ସମେତ ଅନେକ ସଦସ୍ୟ କମିଟିରେ ରହି ଯାତ୍ରା ପରିଚାଳନା କରୁଛନ୍ତି।ଚଳିତ ବର୍ଷ ମଧ୍ୟ ଶେଷ ୪ ଦିନ ଶନିବାର ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ଆଧୁନିକ ,ପୌରାଣିକ ନାଟକ ସମେତ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ମିନାବଜାର ସାଧାରଣଲୋକଙ୍କ ସକାଶେ ବେସ୍ ମନୋରଞ୍ଜନର ମାଧ୍ୟମ ପାଲଟିଛି।ଯାତ୍ରା ସକାଶେ ପ୍ରତ୍ୟକ ଘରେ ବାହାହୋଇ ଯାଇଥିବା ଝିଅ ଙ୍କ ସହ ଜ୍ବାଇଁ ଭଣଜା ଭାଣିଜି ମାନେ  ଆସି ପହଞ୍ଚୁଥିବା ବେଳେ ସମ୍ପର୍କୀୟ ବନ୍ଧୁ ମାନଙ୍କର ମଧ୍ୟ ଭିଡ ହୋଇଥାଏ।ବର୍ଷକୁ ଥରେ ଆସୁଥିବା ଲକ୍ଷ୍ମୀପୁର ର ଏହି ଘଟ ଯାତ୍ରା ସମ୍ପୁର୍ଣ ନିଆରା ହୋଇଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories