Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଇତିହାସ ବିଭାଗର ରେ ବିଶ୍ଵ ଐତିହ ଦିବସ ପାଳିତ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଇତିହାସ ବିଭାଗରେ ଆଜି ଅପରାହ୍ନରେ ବିଶ୍ଵ ଐତିହ ଦିବସ ପାଳିତ ହୋଇଥିଲା।ବିଭାଗର ମୁଖ୍ୟ ଡ଼ଃ ରମାକାନ୍ତ ଭୁୟାଁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ବିଦ୍ୟାର୍ଥୀ ମାନେ ବିଭିନ୍ନ ଐତିହ କୁ ନେଇ ଚିତ୍ର କଳା ପ୍ରଦର୍ଶନ କୁ ଦେଖି ଉଚ୍ଚ ପ୍ରଶଂସା କରିଥିଲେ।କୂଳ ସଚିବ ସଚ୍ଚିଦାନନ୍ଦ ନାୟକ ଯୋଗ ଦେଇ ପରମ୍ପରା କୁ ବଜାୟ ରଖିଥିବା ରୁ ବିଭାଗର ସମସ୍ତଙ୍କୁ ପ୍ରଶଂସା କରିଥିଲେ।ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ସମୁଦ୍ର କୂଳରେ ଏବଂ ପର୍ଯ୍ୟଟନ ସ୍ଥଳୀ ରେ କିପରି ପ୍ରଦୂଷଣ ନିୟନ୍ତ୍ରଣ କରାଯିବ ସେ ନେଇ ପରାମର୍ଶ ଦେଇଥିଲେ।ଛାତ୍ର ଛାତ୍ରୀ ମାନେ ବିଶ୍ଵ ଐତିହ ଓ ସ୍ମାରକୀ ବିଷୟରେ ନିଜ ନିଜ ମତ ଦେଇଥିଲେ।ଶେଷରେ ଡ଼ଃ ଲକ୍ଷ୍ମୀ ପ୍ରିୟା ପଲେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଭାଗର ଛାତ୍ର ଛାତ୍ରୀ ବୃହତ୍ ନାହାକ,ଅନିରୁଦ୍ଧ ବେହେରା,ଶର୍ମିଷ୍ଠା ବେହେରା,ମୋନାଲିସା ସାହୁ, ପ୍ରଜ୍ଞା ସୁଚରିତା ଭୋଇ,ପ୍ରଭାସିନୀ ମହାରଣା,ଜାନକୀ ଦାସ, ଭାଗ୍ୟଲକ୍ଷ୍ମି ସାହୁ,ରେଶ୍ମା ପରିଡ଼ା,ସରସ୍ଵତୀ ମଲିକ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ