Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶପଥ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ, ସାଧାରଣ ଲୋକଙ୍କ ଦୁଃଖ ଶୁଣିଲେ ଭାବି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ । ଏନେଇ ଜନତା ମଇଦାନରେ ଭବ୍ୟ ଶପଥ ସମାରୋହର ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଉଛି । ଏହା ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିଛନ୍ତି ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡା । ରାଜଧାନୀର ବିଭିନ୍ନ ସ୍ଥାନରେ ୯ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିଛନ୍ତି ଭାବି ମୁଖ୍ୟମନ୍ତ୍ରୀ । ଏହି ସମୟରେ ସାଧାରଣ ଲୋକଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କ ସମସ୍ୟା ଶୁଣିଛନ୍ତି ମୋହନ ମାଝୀ । ଏହା ସହିତ ଦୁଃଖ ବୁଝାଯିବ ବୋଲି ମଧ୍ୟ ଆଶ୍ୱାସନ ଦେଇଛନ୍ତି ।

ଏହି ଅବସରରେ ମୋହନ ମାଝୀ କହିଛନ୍ତି, ଗୋଟିଏ ସରକାର ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିଲା । ଏହାରି ମଧ୍ୟରେ ଲୋକଙ୍କ ଅଧିକାଂଶ ସମସ୍ୟା ପୂରଣହ ହୋଇଯିବା କଥା । କିନ୍ତୁ ତାହା ହୋଇ ପାରି ନାହିଁ । ଅଳ୍ପ ଦରମାରେ ଜଣେ କର୍ମଚାରୀଙ୍କ ପରିବାର ପୋଷଣ କରିବା କଷ୍ଟକର ହୋଇପଡ଼ୁଥିବା ଅଭିଯୋଗ ଆଣିଛନ୍ତି। ନୂଆ ସରକାର ଯଦି କିଛି କରିବେ ତାହାହେଲେ ଖୁସି ହେବେ ବୋଲି ଭାଇ ଜଣଙ୍କ ମୋ ପାଖରେ କହିଛନ୍ତି ବୋଲି ଭାବି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୋହନ ମାଝୀ କହିଛନ୍ତି, ସେହି ଭାଇ ଜଣଙ୍କ ମୋଦୀ ଗ୍ୟାରେଣ୍ଟି ଓ ନୂଆ ସରକାର ଉପରେ ବିଶ୍ୱାସ ରଖିଛନ୍ତି। ଏହି ନୂଆ ସରକାର ମୋଦୀଙ୍କ ଗ୍ୟାରେଣ୍ଟିରେ ଯେଉଁମାନଙ୍କର ଅଧା ପେଟ ପୂରି ରହିଛି, ସେମାନଙ୍କର ପୂରା ପେଟ ପୂରାଇବା ପାଇଁ ନିଶ୍ଚିତ ଭାବେ କାର‌୍ୟ୍ୟକ୍ରମ କରିବ। ପ୍ରଥମେ ୧୦୦ ଦିନର କାର‌୍ୟ୍ୟକ୍ରମ ରଖାଯିବ, ଗରିବ ଲୋକଙ୍କ ପାଇଁ କାମ ହେବ ବୋଲି ଭାବି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ୫ଟାରେ ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ପଦରେ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପଦରେ କେଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଶପଥ ନେବେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତା ଯୋଗ ଦେବେ । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସମାରୋହରେ ସାମିଲ ହେବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ବିଜେପି ସମାରୋହରେ ଯୋଗ ଦେବାକୁ ସାଦର ନିମନ୍ତ୍ରଣ କରିଛନ୍ତି । ତେବେ ଦେଖିବା ବାକି ରହିଲା ନବୀନ ପଟ୍ଟନାୟକ ଯୋଗ ଦେଉଛନ୍ତି କି ନାହିଁ ।

More Stories