Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଞ୍ଜ ବିହାର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ବୈଠକ।

ଭଞ୍ଜବିହାର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଆଜି କେଲୁଆପଲ୍ଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସୁଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜନ ଆରୋଗ୍ୟ ସମିତି, ଭଞ୍ଜ ବିହାରର ଏକ ବାର୍ଷିକ ଯୋଜନା ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ଜିଲ୍ଳା କାର୍ଯ୍ୟକ୍ରମ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଳା ଗୁଣବତ୍ତା ପରିଚାଳକ, ଆଶା ପରିଚାଳକ, ଆଇ ଇ ସି ପରିଚାଳକ, ଆଇନ୍ ପରାମର୍ଶଦାତା, ଭଞ୍ଜ ବିହାର ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ରୁଚି ମହାପାତ୍ର ଏଵଂ ଆୟୁଷ ଡ଼ାକ୍ତର ଡ଼ା କୃଷ୍ଣ ଶରଣ ପାଳ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳ ଡ଼ୁରା କରାପଲ୍ଲୀ, ରଙ୍ଗେଇଲୁଣ୍ଡା,ବଡ କୁଶସ୍ଥଳୀ ର ସରପଞ୍ଚ, ସମିତିର ସମସ୍ତ ସଭ୍ୟମାନଙ୍କ ସହ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ୫ ଗୋଟି ସ୍ବାସ୍ଥ୍ୟ ଉପକେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ବି ପି ଏମ୍ ରଞ୍ଜନ ପ୍ରଧାନ ପ୍ରଥମେ ପରିଚୟ ପ୍ରଦାନ କରିଥିଲେ। ଡ଼ାକ୍ତର ପାଳ ଏହି ସମିତି ର କାର୍ଯ୍ୟକଳାପ ବିଷୟରେ ସଭ୍ୟ ମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ତା ସହିତ ସ୍ଵାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ସ୍ଵାସ୍ଥ୍ୟ ସେବା ଉପରେ ଆଲୋକପାତ କରିଥିଲେ।ଡ଼ାକ୍ତର ପାଳ ଏହି ବର୍ଷ ପାଇଁ ଏକ ବାର୍ଷିକ ଯୋଜନା ଉପସ୍ଥାପନ କରିଥିଲେ ଏବଂ ଏହା ସର୍ବ ସମ୍ମତି କ୍ରମେ ଅନୁମୋଦନ କରାଗଲା। ଡ଼ାକ୍ତର ପାଳ ବିଗତ ଆର୍ଥିକ ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ପାଇଥିବା, ଭଞ୍ଜ ବିହାର ସ୍ଵାସ୍ଥ୍ୟ କେନ୍ଦ୍ର, ଡୁରା ଓ ବଡକୁଶସ୍ଥଳି, କରାପଲ୍ଲୀ, ଗଞ୍ଜୁ ଉପ କେନ୍ଦ୍ର ବିଷୟରେ ବୈଠକରେ ଉପସ୍ଥାପନ କରିଥିଲେ ଯାହାକୁ ଉପସ୍ଥିତ ସମସ୍ତ ସଭ୍ୟ ମାନେ ପ୍ରସଂଶା କରିଥିଲେ । ସେହି ୪ ଗୋଟି ସ୍ବାସ୍ଥ୍ୟ ଉପକେନ୍ଦ୍ରର ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଓ ମହିଳା ସ୍ଵାସ୍ଥ୍ୟ କର୍ମୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଭଞ୍ଜ ବିହାର ସ୍ବାସ୍ଥ୍ୟ କେନ୍ଦ୍ର ର ସେବା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ଫାର୍ମାସିଷ୍ଟ କୈଳାଶ ପତ୍ର, ପ୍ରିୟଦର୍ଶିନି ପାଢୀ, ଲିଜାଲିନୀ ପାଣିଗ୍ରାହୀ ରାହୁଲ ନାୟକ ଙ୍କୁ ତାଙ୍କର ଉଛର୍ଗିକୃତ କର୍ମ ପାଇଁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଭଞ୍ଜବିହାର ସ୍ବାସ୍ଥ୍ୟ କେନ୍ଦ୍ର ଗଞ୍ଜାମ ଜିଲ୍ଳାରେ କାୟାକଳ୍ପରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସମସ୍ତ ସଭ୍ୟମାନେ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମକର୍ତା ମାନଙ୍କୁ ପ୍ରଶଂସା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories