Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁର୍ବଶତ୍ରୁତା କୁ ନେଇଁ ପୁଣି ଗଣ୍ଡଗୋଳ, ମୁତ୍ୟାଲୁମାଁ ଯାତ୍ରା ର ପ୍ରଥମ ଦିନରେ ଯୁବକ ଙ୍କୁ ଛୁରାମାଡ

ଲକ୍ଷ୍ମୀପୁର ୧୮.୦୪ …କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ରେ ଗତମାସରେ ହୋଇଥିବା ନିଲାବାଡି ଯାତ୍ରା ରେ ମିନାବଜାର ଚାଲିଥିବା ବେଳେ ସେଠାରେ ଗଣ୍ଡଗୋଳ ହୋଇଥିଲା।ଲକ୍ଷ୍ମୀପୁର ଦୋରା ସାହିର ବିଜେପି ଦଳର ବାବୁଲା ମହାରଣାଙ୍କ ପୁଅ ରାଜେସ ମହାରଣାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା।ଗୁରୁତ୍ବର ଅବସ୍ତାରେ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ ରେ ଭର୍ତି କରାଯାଇଥିଲା।ଏନେଇଁ ବନ୍ଧୁଗାଁ ଥାନା ରେ ଲିଖିତ ଅଭିଯୋଗ କରାଯିବା ପରେ ଏକ ମାମଲା ରୁଜୁ କରାଯାଇ ଥିବା ବେଳେ ରାଜେଶ ଙ୍କ ନାମରେ ମଧ୍ୟ ଅସଦାଚରଣ କରିଥିବା ନେଇ ମାମଲା ରୁଜୁ କରାଯାଇଥିଲା।ଦିର୍ଘ ଦିନ ପରେ ମଧ୍ୟ ବନ୍ଧୁଗାଁ ପୋଲିସ ମାମଲା ରୁଜୁ କରି ଥିଲା କିନ୍ତୁ ଘଟଣାରେ କାହାକୁ ଗିରଫ କରିନଥିଲା। ଅନ୍ୟପକ୍ଷରେ ଆହତ ହୋଇଥିବା ରାଜେଶ ଏସଏଲଏନ୍ ମେଡିକାଲ୍ କଲେଜ ରୁ ସୁସ୍ଥ ହୋଇ ଫେରିବା ପରେ ଜର୍ଜରିତ ଅବସ୍ତାରେ ଲକ୍ଷ୍ମୀପୁର ର କିଛି ଯୁବକ ଗଣ୍ଡଗୋଳ ସାମିଲ୍ ଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ହୋଇଥିବା ଜାଣିବା ପରେ ଲକ୍ଷ୍ମୀପୁର ର ଯୁବକ ମାନେ ପୋଲିସ୍ ର ଗିରଫ ଭୟରେ ଫେରାର୍ ଥିବା ବେଳେ ୪ଦିନ ତଳେ ଆକ୍ରମଣ ରେ ସାମିଲ୍ ଥିବା ଜଣେ ଯୁବକ ଫେରିଥିବା ଜାଣି ତାଙ୍କ ଘରେ ରାଜେସ ମହାରଣା ପହଞ୍ଚିଥିଲେ।ସେଠାରେ କେହି ନଥିବା ବେଳେ ସୁଜାତା ପିଲେଣ୍ଟି ନାମକ ମହିଳା ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ ସ୍କୁଟି କୁ ଭାଙ୍ଗି ଦେଇଥିବା ନେଇ ବାବୁଲା ମହାରଣା ଓ ତାଙ୍କ ପୁଅ ରାଜେସ ମହାରଣା ଙ୍କ ନାମରେ ଲିଖିତ ଅଭିଯୋଗ ସୁକାନ୍ତି କରିବା ପରେ ଏକ ମାମଲା ରୁଜୁ କରାଯାଇଥିଲା।ହୋଲି ଖେଳର ଗଣ୍ଡଗୋଳ ନିଲାବାଡି ଯାତ୍ରା ରେ ହୋଇଥିଲା,ପୁଣି ସେହି ପୁର୍ବ ଶତ୍ରୁତା କୁ ନେଇଁ ଗଣ୍ଡଗୋଳ ପଣା ସଂକ୍ରାନ୍ତି ହୋଇଥିଲା।ପଣା ସଂକ୍ରାନ୍ତି ଦିନ ବାବୁଲା ମହାରଣା ଓ ତାଙ୍କ ସ୍ତ୍ରୀ ଜୟନ୍ତି ମହାରଣା ମନ୍ଦିର କୁ ଯିବା ବେଳେ ଲକ୍ଷ୍ମୀପୁର ବସଷ୍ଟାଣ୍ଡ ରେ ବିପକ୍ଷ ଗୋଷ୍ଟି ଆକ୍ରମଣ କରି ଜୟନ୍ତି ଙ୍କୁ ମାଡ ମାରିଥିବା ନେଇ ନିଯେ ଜୟନ୍ତୀ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଆଧାର କରି ପୁଣି ଏକ ମାମଲା ରୁଜୁ କରାଯାଇଥିଲା।ଗତକାଲି ରାତ୍ର ରେ ମୁତ୍ୟାଲୁମାଁ ଙ୍କ ଯାତ୍ରା ଅଣାଯାଉଥିବା ବେଳେ ଯାତ୍ରା ପଡିଆରେ ପୁର୍ବ ଶତ୍ରୁତା କୁ ନେଇ ଓ ରାଜେସ ଙ୍କ ମାଙ୍କୁ ମାଡ ମରାଯାଇଥିବା କାରଣରୁ ଝାଡେଶ୍ବର ଶୁଣ୍ଢି ନାମକ ଯୁବକ ଙ୍କ ପେଟରେ ଛୁରି ଭୂସି ଅଭିଯୁକ୍ତ ଫେରାର୍ ହୋଇ ଯାଇଥିବା ନେଇ ଥାନାରେ ଲିଖିତ ଭାବେ ବାବୁଲା ମହାରଣା ଓ ରାଜେଶ ମହାରଣା ଙ୍କ ନାମରେ ମାମଲା ରୁଜୁ କରାଯାଇଛି।ଗୁରୁତ୍ବର ଥିବା ଝାଡେଶ୍ବର କୁ ପ୍ରାଥମିକ ଚିକିସ୍ଚା ପରେ କୋରାପୁଟ ଏସଏଲଏନ ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।ଯୁବ ଗୋଷ୍ଠିର ଗଣ୍ଡଗୋଳ ବର୍ତମାନ ଗୋଷ୍ଠି ସଂଘର୍ଷ ଆଡେ ମୁହାଁଉ ଥିବା ବେଳେ ପୋଲିସ୍ ମାମଲା ରୁଜୁ କରି କିଛି ବ୍ୟକ୍ତି ବିଶେଷ ଙ୍କୁ ସୁରକ୍ଷା ଦୃଷ୍ଟି କୋଣରୁ ଅଟକ ରଖାଯାଇଥିବା ଏସଆଇ ପଞ୍ଚାନନ ଶତପଥି ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ ଗତକାଲି ଛୁରା ମାଡ ରେ ଆହତ ଝାଡେଶ୍ବର ଏହି ଘଟଣାରେ କୌଣସି ସମ୍ପୃକ୍ତ ନଥିବା ବେଳେ ତାଙ୍କ ସମ୍ପର୍କୀୟ ମାନେ ଘଟଣାରେ ସାମିଲ୍ ଥିବାରୁ ତାଙ୍କୁ ଛୁରା ଭୁସା ଯାଇଥିବା ଚର୍ଚା ହେଉଛି।ମୁତ୍ୟାଲୁମାଁ ଙ୍କ ଘଟ ଯାତ୍ରା ର ପ୍ରଥମ ଦିନ ରେହିଁ ଏକ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ ଯାତ୍ରା ର ବଳକା ୮ ଦିନ କେମିତି ଶାନ୍ତି ଶୃଙ୍ଗଳାର ସହ କଟିବ ତାହାକୁ ନେଇ ଅନେକ ଆଲୋଚନା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories