Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ରେ ବେଳାଭୂମି ରେ ଲାଗିଥିବା ଗଛ, ଉଭାନ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବଦେଶ ଦର୍ଶନ ଯୋଜନାରେ ଗୋପାଳପୁର ବେଳାଭୂମି କୁ ୨ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ସ୍ଥାନରେ ଖଜୁରି, ଗୁଆ, ନଡ଼ିଆ ଭଳି ଗଛ ଲଗାଯିବା ଯୋଗୁଁ ବେଳାଭୂମି ସବୁଜିମା ହେବା ସହ ବେଳାଭୂମିର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଥିଲା। କିନ୍ତୁ ୨ ବର୍ଷ ପରେ ଏବେ ସେଠାରେ କେବଳ ଗୋଟିଏ ଦୁଇଟି ଗଛକୁ ଛାଡ଼ିଦେଲେ ଅନ୍ୟ ଗଛ ର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି। ଯାହାଦ୍ବାରା ଏଠାକୁ ୨ ବର୍ଷ ପରେ ଆସୁଥିବା ପୁରୁଣା ପର୍ଯ୍ୟଟକଙ୍କୁ ଏହା ନିରାଶ କରିଛି। କରୋନାର ଲହରର ପ୍ରକୋପ କମିବା ପରେ ୨୦୨୧ ଶେଷ ଆଡକୁ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣା ହଟିଥିଲା। ସେତେବେଳେ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ବେଳାଭୂମିର ନୂଆ ରୂପ ଦେଖି ସ୍ଥାନୀୟ ପ୍ରଶାସନ ସମେତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ବେଳାଭୂମି ରବାଲିରେ ଧାଡ଼ିଧାଡ଼ି ହୋଇ ନଡ଼ିଆ ଓ ଗୁଆ ଗଛ ଲାଗିଥିବା ବେଳେ ସବୁଜିମା ଭରି ରହିଥିଲା। ଯାହାକି ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଥିଲା।ଗତ୨୦୨୦, ଅକ୍ଟୋବର୍‌-ନଭେମ୍ବର ମାସ‌େର ବିଡିଏ ପକ୍ଷରୁ ବେଳାଭୂମି ପରିସରରେ ଏହି ଗଛ ଗୁଡ଼ିକ ଲଗାଯାଇଥିଲା। କିନ୍ତୁ ସ୍ଥାନୀୟ ପରିବେଶ ଏହି ଗଛ ଗୁଡ଼ିକ ଖାପ ଖୁଆଇବ ନା ନାହିଁ ଏହା କେତେ ଉପଯୋଗୀ, ସେଦିଗକୁ ଅଣଦେଖା କରାଯାଇଥିବାରୁ ଏଭଳି ସ୍ଥିତି ହୋଇଥିବା ଜଣlପଡ଼ିଛି l ଲୁଣିପାଣି ଏବଂ ଲୁଣିଆ ପବନର ପ୍ରଭାବରୁ ଗଛ ଗୁଡ଼ିକର ଏଭଳି ଦଶା ହୋଇଥିବା ମଧ୍ୟ ଅଭିଯୋଗ ହେଉଛି।କେବଳ ବାଲିରେ ଲାଗିଥିବା ଗଛ ନୁହେଁ, ପ୍ରବେଶପଥରେ ସୌନ୍ଦର୍ଯ୍ୟୀକରଣପାଇଁ ଲାଗିଥିବା ଖଜୁରି ଗଛ ଗୁଡ଼ିକ ମଧ୍ୟ ଉଭାନ ହୋଇଗଲାଣି।ଅଳ୍ପ ରହିଥିବା ଗଛ ବଂଚିରହିବା ପାଇଁ ସଂଘର୍ଷ କରୁଥିବା ଭଳି ମନେ ହେଉଛି। ସୌନ୍ଦର୍ଯ୍ୟ କରଣ ପାଇଁ ଲାଗିଥିବା ଲାଇଟ ଗୁଡିକ ମଧ୍ୟ ମରାମତି ଅଭାବରୁ ତଳେ ପଡି ନଷ୍ଟ ହେବା ଲାଗିଲାଣି। ଏସବକୁ ଦେଖିଲେ ଲକ୍ଷାଧିକ ଟଙ୍କାର ରାଜସ୍ବ ପାଣିରେ ପଡ଼ିଲା ଭଳି ଅନୁମେୟ ହେଉଛି। ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଲେ ପୂର୍ବ ସୌନ୍ଦର୍ଯ୍ୟ କୁ ଫେରି ପାରିବ ବୋଲି ବୁଦ୍ଧି ଯିବି ମାନେ କହିଛନ୍ତି। ଏବେ ଗଛ ଲାଗିଥିବା ସ୍ଥାନରେ ଉଠା ଦୋକାନୀ ପସରା ମେଲାଇ ବେଳାଭୂମି ପ୍ରବେଶ ପଥକୁ କବଜାରେ ରଖିଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ