Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବଂ ଭୁବନେଶ୍ୱର ଆଇ ଆଇ ଟି ଟି ଏମ ମଧ୍ୟରେ ଏମ ଓ ୟୁ ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି କାଉନସିଲ ସମ୍ମିଳନୀ କକ୍ଷରେ ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଏମ ବି ଏ ପର୍ଯ୍ୟଟନ ବିଭାଗ ଏବଂ ଭ୍ରମଣ ପରିଚାଳନା ବିଭାଗ ଓ ଭୁବନେଶ୍ୱର ସ୍ଥିତ ଭାରତୀୟ ପର୍ଯ୍ୟଟନ ଏବଂ ଭ୍ରମଣ ପରିଚାଳନା ପ୍ରତିଷ୍ଠାନ , ମଧ୍ୟରେ ଏକ ଚୁକ୍ତି ସ୍ଵାକ୍ଷରୀତ ହୋଇଥିଲା।ଏଥିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ,କୁଳସଚିବ ସଚ୍ଚିଦାନନ୍ଦ ନାୟକ,ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି,ଏମ ବି ଏ ପର୍ଯ୍ୟଟନ ବିଭାଗ ର ସଂଯୋଜିକା ରିତୁ ତିୱାରୀ,ଡ଼ଃ ଲକ୍ଷ୍ମୀ ଧର ରାଉତ ଭ୍ରମଣ ପରିଚାଳନା ବିଭାଗ ଓ ଭାରତୀୟ ପର୍ଯ୍ୟଟନ ଏବଂ ଭ୍ରମଣ ପରିଚାଳନା ପ୍ରତିଷ୍ଠାନ , ଭୁବନେଶ୍ୱର ର ନୋଡାଲ ଅଫିସର ପ୍ରଫେସର ଅହମଦ ସବିର ହୁସେନ ଓ ଅଧ୍ୟାପିକା ପ୍ରଫେସର ଆଦ୍ୟାଶା ଦାଶ ଉପସ୍ଥିତ ରହି ଏହି ଚୁକ୍ତି ପତ୍ର ସ୍ବାକ୍ଷର କରିଛନ୍ତି। ଏହା ଦ୍ବାରା ଉଭୟ ଙ୍କ ମଧ୍ୟରେ ଗବେଷଣାତ୍ମକ ବିଷୟ ରେ ସୂଚନା ର ଆଦାନ ପ୍ରଦାନ ତଥା ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ ରେ ସହାୟକ ହେବ ଏହିଚୁକ୍ତି ୫ବର୍ଷ ପର୍ଯ୍ୟନ୍ତ ସମୟ ସୀମା ରହିଥିବା ଉଭୟ ପକ୍ଷରୁ କହିଛନ୍ତି।କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ବହୁ ସଂଖ୍ୟକ ଐତିହ ସ୍ଥାନ, ପର୍ଯ୍ୟଟନ ସ୍ଥାନ ଓ ମନ୍ଦିର ମାଳିନୀ ରହିଥିବାରୁ ଛାତ୍ର, ଛାତ୍ରୀ ମାନେ ଅଧିକ ଗବେଷଣା କରି ନିଯୁକ୍ତିରେ ସହାୟକ ହୋଇପାଇବେ ବୋଲି। ଆଇ. ଆଇ. ଟି. ଟି. ଏମ ର ପ୍ରାଧ୍ୟାପିକା ପ୍ରଫେସର ଆଦ୍ୟାଶା ଦାଶ କହିଛନ୍ତି ଯେ ଛାତ୍ର, ଛାତ୍ରୀ ମାନେ ଗବେଷଣା କରି ପାଠ୍ୟକ୍ରମରେ ଅଧିକ ଜ୍ଞାନ ଆହାରୋଣ କରିପାରିବେ ବୋଲି l ପ୍ରଫେସର ଅହମଦ ସବିର ହୁସେନ ବିଭିନ୍ନ ଟ୍ରେନିଙ୍ଗ ପ୍ରୋଗ୍ରାମ ଗବେଷଣା ଉପରେ ଅଧିକ ଗୁରୁତ୍ବ ଦିଆଯିବା ସହ ଗଞ୍ଜାମ ଜିଲ୍ଲାର କଳା, ସଂସ୍କୃତି ଉପରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢିବ ବୋଲି କହିଛନ୍ତି।