Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭତ୍ତାରୁ ବଞ୍ଚିତ ୭୨ ବର୍ଷିଆ ଆଦିବାସୀ ମହିଳା

ବନ୍ଧୁଗାଁ ବ୍ଲକରେ ଏକ ଅଜବ କଥା ସାମନାକୁ ଆସିଛି।ବ୍ଲକରେ ବିଡିଓ କିଏ ଜଣେ ମହିଳା ଜାଣି ନଥିବା ବେଳେ ତାଙ୍କ ସରପଞ୍ଚ କିଏ ସିଏ ଜାଣି ନାହାନ୍ତି। ଜାଗଗୁଡା ପଞ୍ଚାୟତ ଅନ୍ତର୍ଗତ ଜାମ୍ବେଡି ଗ୍ରାମର ଇନ୍ଦିରା ମାଣ୍ଡିଙ୍ଗା ସରକାରି ଭତ୍ତାରୁ ବଞ୍ଚିଥିବା ଜଣା ପଡିଛି।ବୟସ ପାଖାପାଖି ୭୨।ତାଙ୍କ ସ୍ଵାମି ମୃତ୍ୟୁବରଣ କରି ୫ବର୍ଷ ହେଲାଣି ହେଲେ ସିଏ ଆଜି ଯାଏଁ ନା ବାର୍ଦ୍ଧକ୍ୟ ଭତ୍ତା ନା ବିଧବା ଭତ୍ତା କିଛି ପାଉ ନଥିବା ଅଭିଯୋଗ କରିଛନ୍ତି।ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଇ ଗଲେଣି ହେଲେ ଏ ଯାଏଁ ବିଡିଓ କିଏ ସରପଞ୍ଚ କିଏ ସିଏ ଜାଣି ନଥିବା କହିଛନ୍ତି।ଜାହାକି ଆମ ବ୍ଲକ ପାଇଁ ଏକ ଲଜ୍ୟା ଜନକ କଥା।

ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି ହେଲେ ଏସବୁ ପାଇବା ପାଇଁ ଯେଉଁ ମାନେ ହକଦାର୍ ସେମାନେ କିନ୍ତୁ ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି।ଏଥି ପାଇଁ ଦାଇ କିଏ.?କଣ ବନ୍ଧୁଗାଁ ବ୍ଲକରେ କୌଣସି ସଚେତନ କାର୍ଯ୍ୟ ହେଉନିକି,ବ୍ଲକ ମଙ୍ଗଳ ସମ୍ପ୍ରାସାରଣ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତିକି ବୋଲି ସାଧାରଣରେ ପ୍ରଶ୍ନବାଚୀ ଶୃଷ୍ଟି କରିଛି।ମହିଳା ଜଣକ ୭ କିଲୋମିଟର ଜଙ୍ଗଲି ରାସ୍ତାରେ ଚାଲି ଚାଲି ଜାଗଗୁଡା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଆନ୍ତି ହେଲେ ଆଜି ଯାଏଁ ତାଙ୍କର ସମସ୍ୟା ସମାଧାନ ହେଇ ପାରିଲା ନାହିଁ।ତେଣୁ ମହିଳା ଜଣଙ୍କୁ ଉଚ୍ଚିତ ନ୍ୟାୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।ଏଇଭଳି ଛୋଟିଆ ମୋଟିଆ ଭୁଲକୁ ନେଇ ଆଜି ଆମ ଜିଲ୍ଲାକୁ ପଡୋସି ରାଜ୍ୟ ନିଜ ଅଧିନକୁ ନେବାପାଇଁ ଚେଷ୍ଟା ଚଲାଇଛି।ଆଗାମି ଦିନରେ କୋଟିଆ ଭଳି ବନ୍ଧୁଗାଁ ବ୍ଲକର କିଛି ଅଂଶ ପଡୋଶୀ ରାଜ୍ୟ ଅଖ୍ତିଆର କରିବନି ବୋଲି ମାନେ ନାହିଁ।କାରଣ ଜିଲ୍ଲା ପ୍ରସାସନର ଉଦାସିନତା ସବୁ କ୍ଷେତ୍ରରେ ଦାୟୀ ।ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତାକୁ ହାଲକା ଭାବେ ନେଉଛି। ଯାହାର ପରିଣାମ କୋଟିଆ ଅଞ୍ଚଳକୁ ଦେଖିଲେ ଜଣା ପଡିବ ବୋଲି ବୋଲି ବୁଦ୍ଧିଯିବିଙ୍କ ମହଲରେ ମତ ପ୍ରକାଶ ପାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ