କୋକସରା:୧୬/୦୬
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାନସଭା ର ନବ ନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀରରଞ୍ଜନ ପଟ୍ଟଯୋଷୀ ଙ୍କୁ ରବିବାର ଧର୍ମଗଡ ଠାରେ ଜଗନ୍ନାଥ ସେବା ସମିତି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜଗନ୍ନାଥ ସେବା ସମିତି ପକ୍ଷରୁ ଆୟୋଜିତ ଏହି ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ରେ ସେବା ସମିତି ର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ନାଗରିକ ପ୍ରତାପ କିଶୋର ମୁଣ୍ଡ,ଧର୍ମଗଡ ନଗରପାଲ ଅଶୋକ ମହାନ୍ତି,ବରିଷ୍ଠ ଆଇନଜୀବି ଚନ୍ଦ୍ରଶେଖର ପଟ୍ଟଯୋଷୀ ମଞ୍ଚାସିନ ଥିଲେ। ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷୀ,ସନ୍ତୋଷ ପାତ୍ର,ଥବିର ପ୍ରସାଦ ସାହୁ, ସନ୍ତୋଷ ମେହେର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଘନଶ୍ୟାମ ଅଗ୍ରୱାଲ ସମେତ ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ କର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଧର୍ମଗଡ ମାଟି ରେ ସ୍ଥାନୀୟ ପ୍ରାର୍ଥୀ ବିଧାୟକ ହୋଇଥିବା ବେଳେ ଏହି ଧର୍ମଗଡ ଉପଖଣ୍ଡ ର ଉନ୍ନତି ସହ ଲୋକଙ୍କ ସମସ୍ୟା କୁ ଆଗାମୀ ଦିନରେ ସମାଧାନ କରିବା ପାଇଁ ଜନ ସାଧାରଣ ମାନେ ବିଧାୟକ ଙ୍କୁ ନିବେଦନ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସଵ ରେ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ଏଵଂ ଧର୍ମଗଡ଼ର ଜନ ସାଧାରଣ ପକ୍ଷରୁ ନବ ନିର୍ବାଚିତ ବିଧାୟକ ସୁଧୀର ପଟ୍ଟଯୋଷୀ ଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ କରିଛନ୍ତି । ଏହାପରେ ଛିଲିପା ପଞ୍ଚାୟତ ପକ୍ଷରୁ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଙ୍କ ସଭାପତିତ୍ୱ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ପଟ୍ଟଯୋଷୀ ଯୋଗ ଦେଇଥିଲେ।
ଧର୍ମଗଡ ବିଧାୟକ ଙ୍କୁ ଜଗନ୍ନାଥ ସେବା ସମିତି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।
