Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲିଠୁ ବିଧାନସଭାର ୩ ଦିନିଆ ଅଧିବେଶନ, ସୁରକ୍ଷା ତଦାରଖ କଲେ ପୁଲିସ ଡିଜି

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭାର ତିନିଦିନିଆ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୋମବାର ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ବିଧାନସଭା ସୁରକ୍ଷା ଯାଞ୍ଚ କରିଛନ୍ତି। ସେ କହିଛନ୍ତି, ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଉଛି। କେବଳ ପାସ ଧାରୀ ଗୃହ ମଧ୍ୟକୁ ପ୍ରବେଶ କରିପାରିବେ।

ଏହି ତିନି ଦିନିଆ ଅଧିବେଶନରେ ବାଚସ୍ପତି ନିର୍ବାଚନ ହେବା ସହିତ ନବ ନିର୍ବାଚନ ବିଧାୟକଙ୍କ ଶପଥ ପାଠ ଗ୍ରହଣ କରାଯିବ । ଏହି ସବୁ ସାମ୍ବାଧାନିକ କାର୍ଯ୍ୟ ପାଇଁ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ଭାବେ ମନୋନୀତ କରାଯାଇଛି । ଆଗାମୀ ୧୮ ଓ ୧୯ ତାରିଖରେ କାମଚଳା ବାଚସ୍ପତି ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ୨୦ ତାରିଖ ବାଚସ୍ପତି ନିର୍ବାଚନ ହେବ।

ଏହି ସ୍ୱତନ୍ତ୍ର ଅଧିବେଶନ ସମୟରେ ପୁଲିସ କମିଶନର ସୁରକ୍ଷା ଦାୟିତ୍ଵରେ ରହିବେ। ୭୫ ପୁଲିସ ଅଧିକାରୀଙ୍କ ସହ ଆଠ ପ୍ଲାଟୁନ ପୁଲିସ ମୁତୟନ ରହିବେ। ଏହାଛଡ଼ା ଆଣ୍ଟି ସାବୋଟେଜ୍ ଟିମ୍ ଓ ଆଣ୍ଟି ଟେରରିଷ୍ଟ ଟିମ୍ ମଧ୍ୟ ରହିଛନ୍ତି। ଲୋୟର ପିଏମଜିରେ କୌଣସି ଧାରଣା ହେବ ନାହିଁ।

ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି, ପୁଲିସ କଣ୍ଟ୍ରୋଲ ରୁମ୍ ରହିଛି। ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟ ଟିମ୍ ଓ ବିଧାନସଭା ସୁରକ୍ଷା ସମ୍ପର୍କିତ ସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏହି ଯାଞ୍ଚ ସମୟରେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅନୁପ ସାହୁ ଓ ଗୁଇନ୍ଦା ଆଇଜି ଉପସ୍ଥିତ ଥିଲେ।