Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିପଥେରିଆ ରୋଗର ଭୟରେ ଥରୁଛି ଥୁଆମୂଳ ରାମପୁର ଦୁର୍ଗମ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ,ପ୍ରଭାବିତ ଗାଁରେ ପହଞ୍ଚିଲା ଡାକ୍ତରୀଦଳ।

କଳାହାଣ୍ଡି:୧୯/୦୬ (ସନତ ପ୍ରଧାନୀ)
ମ୍ୟାଲେରିଆ, ହଇଜା ଭଳି ବିଭିନ୍ନ ସଂକ୍ରମିତ ରୋଗ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଏବେ ଆଉ ଏକ ଅଜଣା ରୋଗରେ ଛଟପଟ।ଡିପଥେରିଆ ନାମକ ଏକ ଘାତକ ସଂକ୍ରମଣରେ ସଂକ୍ରମିତ ଦୁର୍ଗମ ଅଞ୍ଚଳ।ଯେଉଁ ରୋଗର ଭୟରେ ଥରୁଛି ବ୍ଲକର ଦୁର୍ଗମ ଅଞ୍ଚଳ। ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପୋଡାପଦର ପଞ୍ଚାୟତରେ ବର୍ତ୍ତମାନ ଏହି ରୋଗ ବ୍ୟାପିବାରେ ଲାଗିଛି।ଯେଉଁଥିରେ ଆକ୍ରାନ୍ତ ହୋଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି।ପଡୋଶୀ ଜିଲ୍ଲା ରାୟଗଡା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର ଗାଁରୁ ଏହି ରୋଗ ପୋଡାପଦର ପଞ୍ଚାୟତର ସରାପାସ୍ ଗାଁକୁ ସଂକ୍ରମିତ ହୋଇଛି। ଭୌଗୋଳିକ ସ୍ଥିତିକୁ ଦେଖିଲେ କାଶୀପୁର ବ୍ଲକ ମୁନୁଷପଦର ଗାଁ ସୀମାକୁ ଲାଗିକି ରହିଛି ସରାପାସ ଗାଁ। ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଏହି ଗାଁକୁ ଡିପଥେରିଆ ବ୍ୟାପିଥିବା ସନ୍ଦେହ କରାଯାଉଛି।
ଏଭଳି ସୂଚନା ପାଇଲା ପରେ କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦର୍ଶାଇ ଥିବା ବେଳେ ଉଦବେଗ ପ୍ରକାଶ କରିଛି। ଏପଟେ ସ୍ଥିତି ଅନୁଧ୍ୟାନ ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପଠାଇଥିଲା।ସେଠାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ପରେ ମଙ୍ଗଳବାର ଭବାନୀପାଟଣାରୁ ବିଶେଷଜ୍ଞ ଟିମ୍ ସହିତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତଥା ଅଧିନ ମହୁଲପାଟଣା ଉପ ସ୍ବାସ୍ଥ୍ୟ କେନ୍ଦ୍ରରୁ ମିଳିତ ହୋଇ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳର ସେଇ ଗାଁକୁ ଯାଇ ପହଞ୍ଚି ଆକ୍ରାନ୍ତଙ୍କୁ ଚିହ୍ନଟ କରିଥିଲେ।ସେମାନଙ୍କ ମଧ୍ୟରୁ ସରାପାସ୍ ଗାଁରୁ ୪ ଜଣ ଏବଂ ଭୁରଭୁରି ଟେମେରାରୁ ଜଣେ ଶିଶୁ ଆକ୍ରାନ୍ତ ଥିବା ଜଣା ପଡିଲା ପରେ ପ୍ରାଥମିକ ଚିକିତ୍ସା ସହ ସମସ୍ତ ଆକ୍ରାନ୍ତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଆସିଥିବା ଦୁଇଟି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି।ହେଲେ ଏହି ସଂକ୍ରମଣ କେଉଁ ରୋଗର ଏହା ଜାଣିବା ପାଇଁ ସେମାନଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ଲ୍ୟାବକୁ ପଠଯାଇଛି।ରକ୍ତ ପରୀକ୍ଷା ରିପୋର୍ଟ ଆସିଲେ ଯାଇ ସଠିକ ତଥ୍ୟ ମିଳିପାରିବ ବୋଲି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ନିତୀଶ ଝା ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳର ଦୁର୍ଗମ ଗାଁ ଗୁଡିକରେ ପହଞ୍ଚି ଏଭଳି ଅପରେସନ୍ କରିବା କଷ୍ଟସାଧ୍ୟ ହେଲେ ମଧ୍ୟ ଏକ ଚ୍ୟାଲେଞ୍ଜ ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡୁଛି।ଏହା ବାୟୁ ଜନୀତ ସଂକ୍ରମଣ ହେଇଥାଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ମୁହଁରେ ମାସ୍କ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସୂଚନା ଦେଇଛନ୍ତି। ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳକୁ ଆଜି ଯାଏଁ ଗମନାଗମନର ସୁବ୍ୟବସ୍ଥା ହୋଇପାରିନଥିବା ବେଳେ ବିଭିନ୍ନ ସମୟରେ ଏସବୁ ପରିସ୍ଥିତି ଏକ ଜଟିଳ ସମସ୍ୟା ଭାବେ ଅଞ୍ଚଳ ବାସୀଙ୍କୁ ନାହିଁ ନଥିବା ଅସୁବିଧା ସୃଷ୍ଟି କରୁଛି।ନା ଅଛି ମୋବାଇଲ ନେଟୱର୍କ ନା ବିଶୁଦ୍ଧ ପାନୀୟଜଳ ନା ଉତ୍ତମ ସ୍ବାସ୍ଥ୍ୟସେବା ନା ଅଛି ଗମନାଗମନ ପାଇଁ ଭଲ ରାସ୍ତା।ଡଙ୍ଗା ଉପରେ ଭରସା କରୁଥିବା ଏଇ ଅଞ୍ଚଳ ବାସୀଙ୍କୁ ଭଗବନ ହିଁ ଭରସା ବୋଲି ଅନେକ ସମୟରେ ଅଞ୍ଚଳ ବାସୀଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ।ଯାହା ଏକ ବାସ୍ତବତାର ଏକ ବିକଳ ସ୍ବର ବୋଲି ମାନିବକୁ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ