ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ଗତକାଲି ନିମ୍ନ ଅଦାଲତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଥିବା ଜାମିନ ଆଜି ରଦ୍ଦ ହୋଇଯାଇଛି । ହିଲ୍ଲୀ ହାଇକୋର୍ଟ ନିମ୍ନ ଅଦାଲତ ଦେଇଥିବା ଜାମିନକୁ ରଦ୍ଦ କରିଦେଇଛନ୍ତି । ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜ୍ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଇଡି ଏହାର ଆବେଦନରେ କହିଥିଲା, ତଦନ୍ତର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିବା ତଦନ୍ତ ଉପରେ ପ୍ରଭାବ ପକାଇବ । କାରଣ, କେଜ୍ରିଓ୍ବାଲ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ।
ଏହି ମାମଲାରେ କେଜ୍ରିଓ୍ବାଲଙ୍କ ଓକିଲ ଅଭିଷେକ ମନୁଙ୍କ ଅପିଲକୁ କୋର୍ଟ ଖାରଜ କରିଦେବା ସହ ମାମଲାର ଜରୁରୀ ଶୁଣାଣି ଆବଶ୍ୟକ ନଥିବା କହିଥିଲେ ।
ଖବର ଅନୁଯାୟୀ ଏହି ମାମଲାରେ ବିଚାରପତି ସୁଧୀର ଜୈନ ଏବଂ ରବିନ୍ଦର ଡୁଡେଜାଙ୍କ ଖଣ୍ଡପୀଠ ଶୁଣାଣି କରୁଛନ୍ତି । ଇଡି ପକ୍ଷରୁ ହଜାର ହୋଇଥିବା ଓକିଲ କହିଥିଲେ, ନିମ୍ନ ଅଦାଲତରେ ଏହି ମାମଲାରେ ସେମାନଙ୍କର ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନଥିଲା । ଗୁରୁବାର ନିମ୍ନ ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ ଦେଇଥିଲେ । ଯାହାକୁ ବିରୋଧକରି ଇଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
କାଲି କେଜ୍ରିଓ୍ବାଲଙ୍କୁ ମିଳିଥିବା ଜାମିନ ଆଜି ରଦ୍ଦ
