Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁନ୍ଦୁଲି ଡବଲ୍ ମର୍ଡର ଘଟଣାରେ ସମ୍ପୃକ୍ତ ୦୩ ଆସାମୀଙ୍କୁ କୋର୍ଟ ଚାଲାଣ

ପଟ୍ଟାଙ୍ଗି୨୧/୦୬ଗତ ଅକ୍ଟୋବର ମାସରେ କୁନ୍ଦୁଲି ସାପ୍ତାହିକ ହାଟରେ ଘଟିଥିବା ଡବଲ୍ ମର୍ଡର ଘଟଣା ରେ ସମ୍ପୃକ୍ତ ଥିବା ଆସାମୀ ମାନେ ଫେରାର ରହି ଥିବାବେଳେ ବର୍ତ୍ତମାନ ଫେରାର ଆସାମୀ ମାନଙ୍କୁ ପୋଲିସ ଧରିବା ରେ ସକ୍ଷମ ହୋଇ ସମସ୍ତ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ମୁତାବକ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ତଥା ମାଳିପୁଟ ପଞ୍ଚାୟତ ର କୁନ୍ଦୁଲି ସାପ୍ତାହିକ ହାଟରେ ଗତ ଅକ୍ଟୋବର ୨୫ ତାରିଖ ଯଥା ଦଶହରା ବାସି ଦିନ ଭୋର ସକାଳୁ ଘଟିଥିବା ଡବଲ୍ ମର୍ଡର ଘଟଣାରେ ସମ୍ପୃକ୍ତ ରହି ଥିବା ତିନି ଆସାମୀ ଯଥା କୁନ୍ଦୁଲି ସାପ୍ତାହିକ ହାଟ ଉପରେ ରହୁଥିବା ଶିବ ଖରା ଓ ବଇଲର ଖରା ଙ୍କ ସମେତ ସେମିଳିଗୁଡା ବ୍ଲକର ହାଟଗୁଡା ପଞ୍ଚାୟତ ଅଧିନସ୍ଥ ଟେମା ଗ୍ରାମର ସନ୍ତୋଷ ପାଢୀ ପ୍ରମୁଖ ତିନି ଜଣ ଆସାମୀ ଉକ୍ତ ଡବଲ୍ ମର୍ଡର ଘଟଣାରେ ସମ୍ପୃକ୍ତ ରହି ଥିବାବେଳେ । ଏମାନେ ପୋଲିସ କୁ ଚକମା ଦେଇ ଦୀର୍ଘ ୦୯ ମାସ ଧରି ଫେରାର ରହିଥିଲେ । କିନ୍ତୁ ଉକ୍ତ ଘଟଣା କୁ ନେଇ ନୂତନ କରି କାର୍ଯ୍ୟ ଭାର ନେଇଥିବା ସୁନାବେଡା ଏସଡିପିଓ ମନୋବ୍ରତା ସତପଥି ଘଟି ଯାଇଥିବା ଡବଲ୍ ମର୍ଡର ଘଟଣାକୁ ଗୁରୁତ୍ୱ ଦେଇ ପଟ୍ଟାଙ୍ଗି ପୋଲିସ କୁ ଉକ୍ତ ମର୍ଡର ଘଟଣା ସମ୍ପର୍କରେ ତଦନ୍ତ ପ୍ରକ୍ରିୟା କୁ ଆଗେଇ ନେବା ସହ ଫେରାର ଆସାମୀ ମାନେ କିପରି ଗିରଫ ହୋଇ ପାରିବେ ସେନେଇ ଥାନାଧିକାରୀ ଚତୁର୍ଭୁଜ ନାୟକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ କୁ ଦୃଷ୍ଟିରେ ରଖି ପୋଲିସ ଏହା ଉପରେ କଡାକଡି ନଜର ରଖିଥିବା ବେଳେ ଉପରୋକ୍ତ ଫେରାର ୦୩ ଆସାମୀ କୁନ୍ଦୁଲି ନିକଟରେ ଚାଲିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ରହିଥିବା ଖବର ପାଇ ଏସଡିପିଓ ସତପଥି ଙ୍କ ନିର୍ଦ୍ଦେଶ କ୍ରମେ ଥାନାଧିକାରୀ ନାୟକ ନେତୃତ୍ୱରେ ଗଠିତ ହୋଇଥିବା ଏକ ପୋଲିସ ଟିମ୍ ରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥଳେ ପହଞ୍ଚି ଅତର୍କିତ ଭାବେ ଫେରାର ଉପରୋକ୍ତ ୦୩ ଆସାମୀ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଯାହାକୁ ନେଇ ବର୍ତ୍ତମାନ ଗିରଫ ୦୩ ଆସାମୀ ଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସହ ଡବଲ୍ ମର୍ଡର ଘଟଣାରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାକୁ ନେଇ ତଦନ୍ତ ଜାରି ରଖିଛି । ଏଠାରେ ସୂଚନା ଥାଉକି ସେହି ସମୟରେ ଘଟିଥିବା ଡବଲ୍ ମର୍ଡର ଘଟଣାରେ ପୋଲିସ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ଗ୍ରହଣ କରି ଟେମା ଗ୍ରାମର ୦୫ ରୁ ୦୮ ଜଣଙ୍କୁ ଅଟକ ରଖି ପଚରାଉଚରା କରି ୦୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବର୍ତ୍ତମାନ ପୁଣି ୦୩ ଜଣଙ୍କୁ ଗିରଫ କରିବା ପରେ ମୋଟ ୦୯ ଜଣ ଗିରଫ ହୋଇଥିବା ବେଳେ ସେହି ସମୟରେ କାର୍ଯ୍ୟରତ ରହିଥିବା ସୁନାବେଡା ଏସଡିପିଓ ମନୋଜ କୁମାର ବେହେରାଙ୍କ ଉଦାସୀନତା ଯୋଗୁଁ ତିନି ଆସାମୀ ଗିରଫ ହେବାରେ ବିଳମ୍ବ ହୋଇଥିବା ଟେମା ଗ୍ରାମର ମୃତ ଗୋବର୍ଦ୍ଧନ ପାଣ୍ଡକା ଙ୍କ ପରିବାର ସମେତ ଗ୍ରାମବାସୀ ଖୋବ ପ୍ରକାଶ କରି ଅଭିଯୋଗ ଉଠାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ