Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବେଲଗୁଣ୍ଠା, 21/06, ବେଲଗୁଣ୍ଠା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ,ପଂଚାୟତ ସମିତି ଏବଂ ତହସିଲ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି I ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ତହସିଲଦାର କଳାକୃଷ୍ଣ ପ୍ରଧାନ, ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ର, ବିଡ଼ିଓ ଭାରତୀ ଦେବୀ, ବଡ଼ବୋରସିଂ ସରପଞ୍ଚ ରାମେଶ୍ଵର ପାତ୍ର, ବହୁ କାଉନସିଲର ସମେତ ବହୁ ସରପଞ୍ଚ ସମିତିସଭ୍ୟ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ସମସ୍ତ ତିନୋଟି କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ଦୁଇଶହରୁ ଊର୍ଦ୍ଧ୍ଵ ଲୋକ ଉପସ୍ଥିତ ରହି ଯୋଗାଚାର୍ଯ୍ୟ ତପସ୍ଵୀ ରାଉତଙ୍କ ତତ୍ତ୍ୱାବଧାନରେ ଯୋଗାଭ୍ୟାସ କରିଥିଲେ I ସେହିପରି ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ମଧ୍ୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories