Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବେଲଗୁଣ୍ଠା, ୨୧/୦୬, ଆଜି ବିଶ୍ୱଯୋଗ ଦିବସ ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଅନୁଷ୍ଠିତ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମରେ ଅନୁଷ୍ଠାନ ସଭାପତି ତଥା ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେହ ଯୋଗ ଅଭ୍ୟାସ ପାଇଁ ଉତ୍ସାହିତ କରିଥିବା ବେଳେ ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ଏବଂ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ ଯୋଗର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ, ଗୁରୁଜୀ ମିଥୁନ୍,ଗଣେଶ, ପବିତ୍ର ମୋହନ,ଦେବାଶିଷ,ବିଶ୍ୱରଞ୍ଜନ, ଗୁରୁମା ରିନା, ପ୍ରତିମା,ସନ୍ତୋଷିନୀ, ଜ୍ୟୋତ୍ସ୍ନା, ବୈଶାଖୀ, ରାଜକୁମାରୀ,ସନ୍ତୋଷୀ,ଲିଜା,ଆରତୀ ପରିଚାଳନା କରିଥିଲେ I ବଡ଼ଦୋଡ଼ଙ୍ଗା ଚନ୍ଦ୍ରକଳ୍ପେଶ୍ୱର ବିକାଶ ପରିଷଦ ଆନୁକୂଲ୍ୟରେ ମନ୍ଦିର ପ୍ରାଙ୍ଗଣରେ
ନୌସେନା ସେବା ନିବୃତ ଯୋଗ ପ୍ରଶିକ୍ଷକ ଅଜିତ କୁମାର ପରିଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ଯୋଗପ୍ରେମୀ ଯୋଗ ଅଭ୍ୟାସ କରିଥିଲେ l କାର୍ଯ୍ୟକ୍ରମରେ ପ୍ରତାପ ପରିଡା, କବିରାଜ ପରିଡା, ମୁନେଦ୍ର ପରିଡା, ମଧୁସୂଦନ ପରିଡା, ସତ୍ୟବାନ ପରିଡା ଓ ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ପ୍ରମୁଖ ଶିବିରରେ ଭାଗ ନେଇ “ଯୋଗ” ବିଶ୍ୱ ବାସୀଙ୍କୁ ଭାରତର ଅମ୍ଲାନ ଉପହାର ବୋଲି ମତବ୍ୟକ୍ତ କରିଥିଲେ l ସେହିପରି କ୍ଷେତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କସ ତତ୍ତ୍ୱାବଧାନରେ ରେଡ଼କ୍ରସ, ଜାତୀୟ ସେବା ଯୋଜନା ଏବଂ ସ୍କାଉଟ ଓ ଗାଇଡ଼ ଶାଖାର ସମସ୍ତ ସ୍ଵେଚ୍ଛାସେବୀ ଯୋଗ ଶିବିରରେ ଯୋଗ ଦେଇଥିଲେ। ଯୋଗ ଗୁରୁ ଅଜିତ କୁମାର ପରିଡା ଏବଂ ଯୋଗ ପ୍ରଶିକ୍ଷିକା ସ୍ମାଇଲ ମହାରଣା ଯୋଗ ଶିବିର ପରିଚାଳନା କରିବା ସହ ଯୋଗର ଉପକାରିତା ସମ୍ପର୍କରେ ସ୍ଵେଚ୍ଛାସେବୀମାନଙ୍କୁ ବୁଝାଇଥିଲେ। ଉକ୍ତ ଯୋଗ ଶିବିରରେ ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ଜାତୀୟ ସେବା ଯୋଜନା ଅଧିକାରୀ ଦିପୁ ଭୂୟାଁ, ରୋଭର ଲିଡର ପି ଦୀପକ ରାଓ, ଦେବେଶ ଚନ୍ଦ୍ର ମହାପାତ୍ର, ସୌମେନ୍ଦୁ ପଣ୍ଡା,କାହ୍ନୁ ଚରଣ ବିଶୋଇ, ରାମ ଚନ୍ଦ୍ର ନାୟକ, ପଦ୍ମ ଚରଣ ନାୟକ, ଏବଂ ରମେଶ ଚନ୍ଦ୍ର ବିଶୋଇ ପ୍ରମୁଖ ଉପସ୍ଥିତ ରହି ଯୋଗ ଶିବିରର ପରିଚାଳନାରେ ସହାୟତା କରିଥିଲେ। ସେହିପରି ନେହେରୁ ଯୁବକ କେନ୍ଦ୍ର ଆନୁକୂଲ୍ୟରେ କ୍ଷେତ୍ରିୟବରପୁର ଠାରେ ଅନୁଷ୍ଠିତ ଯୋଗ ଦିବସକୁ ନେହେରୁ ଯୁବକେନ୍ଦ୍ର ବ୍ଳକ୍ ସଂଯୋଜିକା ଦିପ୍ତିମୟୀ ବେହେରା ପରିଚାଳନା କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ