Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଶାନ୍ତ ସମ୍ବଲପୁର; ପ୍ରତିବାଦର ସ୍ବରରେ ବରଗଡ଼ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଅତାବିରା : ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ଶୋଭାଯାତ୍ରାରେ ପଥରମାଡ ଓ ଜଳାପୋଡା ଘଟଣାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ତରଫରୁ ବୁଧବାର ବରଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ୧୨ ଘଣ୍ଟିଆ ବନ୍ଦ ସନ୍ଧ୍ୟା ୬ଟା ଯାଏଁ ଚାଳିବ। ଫଳରେ ବରଗଡ଼ ଜିଲାର ସମସ୍ତ ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ଚାଲିଛି l ସମ୍ବଲପୁର ଘଟଣା ହିନ୍ଦୁମାନଙ୍କ ମାନସିକତାକୁ ଆଘାତ ଦେଇଥିବା ବେଳେ ଏଭଳି ଅଘଟଣର ଭବିଷ୍ୟତରେ ଆଉ ପବୁନରାବୃତ୍ତି ସୁଯୋଗ ନ ଦେଇ ପଶ୍ଚିମାଂଚଳରେ ଭାଇଚାରା ବଜାୟ ରଖିବା ପାଇଁ ଓଡ଼ିଶା ରାଜ୍ୟ ବିଶ୍ୱ ହିନ୍ଦୁ ପରିଷଦ ଶାନ୍ତିପୂର୍ଣ୍ଣ ବନ୍ଦର ଡ଼ାକରା ରେ ଏଠାରେ ବନ୍ଦ କରାଯାଇଛି l ବନ୍ଦ ପାଳନ ପରିପେକ୍ଷୀରେ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟକଚେରୀ, ସ୍କୁଲ କଲେଜକୁ ଲିଖିତ ଭାବେ ଅବଗତ କରି ବନ୍ଦ ପାଳନରେ ସହଯୋଗ କରିବା ପାଇଁ ନିବେଦନ କରାଯାଇଥିଲା l କୋର୍ଟ କଚେରୀ,ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ୟ ସବୁ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି l ଫଳରେ ଲୋକମାନେ ବନ୍ଦ କୁ ସ୍ୱତଃପୃତଃ ଭାବେ ସମର୍ଥନ ଜଣାଇ ଏଥିରେ ସାମିଲ ହୋଇଥିଲେ l
। ସେହିପରି ମଙ୍ଗଲବାର ଅପରାହ୍ନରେ ବରଗଡ଼ ମାରୱାଡି ଧର୍ମଶାଳାରୁ ପରିଷଦର ସଦସ୍ୟମାନେ ସହର ସାରା ବୁଲି ବନ୍ଦ ସପକ୍ଷରେ ପିକେଟିଂ କରିବା ସହ ଶାନ୍ତିପୂର୍ଣ୍ଣ ବନ୍ଦକୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଜିଲ୍ଳାର ଅତାବିରା ପଦ୍ମପୁର, ବରପାଲି ସମେତସମସ୍ତ ବ୍ଲକର ବିଭିନ୍ନ ଅଚଂଳରେ ମଧ୍ୟ ବନ୍ଦ ପାଳନ କରାଯାଉଥିବା ବୋଲି ସୂଚନା ମିଳିଛି ।
ଗୋଡ଼ଭଗାରେ ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ପ୍ରହଲ୍ଲାଦ ଉର୍ମା, ବିଦ୍ୟା ପ୍ରଧାନ, ରାଜ ଅଗ୍ରୱାଲ, ସୌରଭ ଭୋଇ, ବିଶ୍ୱ ହିନ୍ଦୁ ପରିଷଦ ଅତାବିରା ସଭାପତି ଭୁବନେଶ୍ୱର ମହାକୁର, ଜିଲା ସହ ସମ୍ପାଦକ ନିତ୍ୟାନନ୍ଦ ନାୟକ, ଚନ୍ଦ୍ରଶେଖର ପ୍ରଧାନ, ନଗେନ୍ଦ୍ର ରାଓ, ସହଦେଵ ରାଉତ, ତାରାଚାନ୍ଦ କଣ୍ଟା, ସୁଧୀର ବାରିକ, ଜଗବନ୍ଧୁ ପ୍ରଧାନ, ମନଭଞ୍ଜନ ପ୍ରଧାନ, ବୁଲୁ ଭୋଇ ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ଅତାବିରା ରେ ବଜରଙ୍ଗ ଦଳର ପରମେଶ୍ୱର ପଟେଲ, ଅଶ୍ୱିନୀ ମେହେର, ଭାଜପା ନଗର ସଭାପତି ସୁରେନ୍ଦ୍ର ସ୍ୱାଇଁ, ରାଜ୍ୟ କୃଷକ ସଂଗଠନ ସଭାପତି ବୀରେନ୍ଦ୍ର କର ପ୍ରମୁଖ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ